ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ରାସ୍ତାରେ ପଡ଼ିଛି ସାଇକେଲ୍, ଝିଅ ମିଳୁନାହାନ୍ତି; କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

Published By : Harapriya Sethi | August 13, 2025 1:17 PM

ବ୍ରହ୍ମପୁର, ୧୩/୦୮: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୩କଳା ବିଭାଗ ଦ୍ୱିତୀୟ ବର୍ଷ ପଢୁଥିବା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। ୫ଦିନ ତଳେ ଛାତ୍ରୀ ଜଣକ ସାଇକେଲରେ କଲେଜ ଯାଇ ଘରକୁ ଫେରିନାହାନ୍ତି । ତାଙ୍କ ସାଇକେଲ ରାସ୍ତାରେ ପଡ଼ିଛି । ଏଯାବତ୍ ଛାତ୍ରୀଙ୍କ ପତ୍ତା ମିଳୁନାହିଁ। ଏନେଇ ଛାତ୍ରୀଙ୍କ ବାପା ଶୁକ୍ରବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଝିଅକୁ କିଛି ଯୁବକ ଅପହରଣ କରି ନେଇଥିବା ଅଭିଯୋଗ ସେ କରିଛନ୍ତି । ଏତଲା ଆଧାରରେ ଦିଗପହଣ୍ଡି ଥାନା ପୁଲିସ ତଦନ୍ତ ଚଳାଇଛି । 

ସୂଚନା ମୁତାବକ, ଗତ ଗୁରୁବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ଛାତ୍ରୀ ଜଣକ ଘରୁ ସାଇକେଲ ନେଇ କଲେଜକୁ ପରୀକ୍ଷା ଦେବା ପାଇଁ ଯାଇଥିଲେ । ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।  ଅନ୍ୟ ଏକ ଗାଁ ଛକରୁ ତାଙ୍କ ସାଇକେଲ ମିଳିଥିଲା। ଘଟଣାର ପରଦିନ ଛାତ୍ରୀଙ୍କ ବାପା ଏନେଇ ଥାନାରେ ଏତଲା ଦେଇଥିଲେ। ଏଯାବତ୍ ଛାତ୍ରୀଙ୍କ ପତ୍ତା ମିଳିନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.