ଭିଣ୍ଡ (ମଧ୍ୟ ପ୍ରଦେଶ) : ମଧ୍ୟ ପ୍ରଦେଶରେ ଭିଣ୍ଡ ଜିଲ୍ଲାର ଲହାରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଟିକିଏ ଅବହେଳାରୁ ତାଙ୍କର ଜୀବନ ଚାଲି ଯାଇଛି। ଯୁବକ ଜଣଙ୍କ ସାର୍ଟର ପକେଟରେ ମୋବାଇଲ ରଖି ଖାଦ୍ୟ କରୁଥିଲେ, ଏହି ସମୟରେ ନଇଁ ପଡ଼ିବା ବେଳେ ଗରମ ତେଳର କଡେଇରେ ହଠାତ୍ ତାଙ୍କର ମୋବାଇଲ ଖସି ପଡ଼ିଥିଲା ଏବଂ ବ୍ୟାଟେରୀ ବ୍ଲାଷ୍ଟ ହୋଇଥିଲା। ଏହାପରେ କଡେଇର ଗରମ ତେଲ ତାଙ୍କ ଉପରେ ଖସି ପଡ଼ିବାରୁ ତାଙ୍କ ଦେହ ଗୁରୁତର ଭାବେ ଜଳି ଯାଇଥିଲା।
ଏହାପରେ ତାଙ୍କୁ ସିଭିଲ ହସ୍ପିଟାଲ ଲହାର ନିଆଗଲା , ଯେଉଁଠାରୁ ତାଙ୍କୁ ଗ୍ୱାଲିୟର ରେଫର କରାଗଲା। କିନ୍ତୁ ରାସ୍ତାରେ ବ୍ରିଜ୍ ଉପରେ ଟ୍ରାଫିକ୍ ଜାମରେ ଆମ୍ୱୁଲାନ୍ସ ଆଉ ବାହାରି ପାରିଲା ନାହିଁ। ଆଉ ଏକ ଲମ୍ୱା ରାସ୍ତାରେ ଯାଉ ଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିଲା।
ମୃତକଙ୍କ ନାଁ ଚନ୍ଦ୍ର ପ୍ରକାଶ। ତାଙ୍କ ଭୁଲ କେବଳ ଏତିକି ଥିଲା ଯେ ତାଙ୍କର ମୋବାଇଲ ସାର୍ଟ ପକେଟରେ ଥିଲା ଏବଂ ଗ୍ୟାସ୍ ଚୁଲା ତଳେ ଭୂଇଁ ଉପରେ ରଖାଯାଇ ଥିଲା। ଏହି ସ୍ଥିତିରେ ଟିକିଏ ନଇଁ ପଡ଼ିବା କ୍ଷଣି ତାଙ୍କର ମୋବାଇଲଟି ତେଲ କଡେଇରେ ଖସି ପଡ଼ିଲା ଏବଂ ଏହି ଦୁର୍ଘଟଣା ଘଟି ଥିଲା।
ଦୁର୍ଘଟଣା ବିଷୟରେ ସୂଚନା ଦେଇ ମୃତକଙ୍କ ଦାଦା କହିଛନ୍ତି , ଚନ୍ଦ୍ର ପ୍ରକାଶ ନିଜ ଘରେ ରୋଷେଇ କରୁଥିଲେ। ହଠାତ୍ ଗରମ ତେଲରେ ମୋବାଇଲ ଖସି ପଡ଼ିବାରୁ ବ୍ଲାଷ୍ଟ ହେଲା, ଯେଉଁଥିରେ ତେଲ ଓ ନିଆଁରେ ତାଙ୍କର ଶରୀର ଜଳିଗଲା , ଏହାପରେ ହସ୍ପିଟାଲ ନିଆଗଲା , ହେଲେ ସେ ବଞ୍ଚି ପାରିଲେ ନାହିଁ।
ମୃତକ ଚନ୍ଦ୍ର ପ୍ରକାଶଙ୍କର ବୁଧପୁରା ଅଞ୍ଚଳ ନିକଟରେ ଏକ ପଙ୍କଚର ଦୋକାନ ଅଛି। ଏଥିରେ ସେ ପରିବାରର ଭରଣ ପୋଷଣ କରୁଥିଲେ । ତାଙ୍କର ପତ୍ନୀ ଓ ଦୁଇଜଣ ପିଲା ଅଛନ୍ତି। ଝିଅ ୧୪ ବର୍ଷର ଓ ପୁଅ ୮ବର୍ଷ ବୟସର। ଯେଉଁ ସମୟରେ ଏହି ଦୁର୍ଘଟଣା ହେଲା , ସେତେବେଳେ ଚନ୍ଦ୍ର ପ୍ରକାଶଙ୍କର ପତ୍ନୀ ନିଜର ମଇଁଷିଙ୍କୁ ଚାରା ଖୁଆଉ ଥିଲେ । ସେଥିପାଇଁ ସେ ତାଙ୍କୁ ସାହାଯ୍ୟ କରିବା ପାଇଁ ରୋଷେଇ କରୁଥିଲେ। ଚନ୍ଦ୍ର ପ୍ରକାଶଙ୍କର ବିବାହ ୧୮ ବର୍ଷ ପୂର୍ବେ ହୋଇଥିଲା।