ସାଲେଭଟା,୩୦/୦୫: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ଅନ୍ତର୍ଗତ ଡୁଡୁକାରେ ଅଘଟଣ । ବଜ୍ରାଘାତରେ ଚାଲିଗଲା ଜଣଙ୍କର ଜୀବନ । ମୃତକ ଆଦିତ୍ୟ ନାଏକଙ୍କ ୨୩ ବର୍ଷୀୟ ପୁଅ ସଞ୍ଜୀବ ନାଏକ ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ଗୁରୁବାର ଡୁଡୁକାରେ ଝଡ଼ ତୋଫାନ ସହ ବର୍ଷା ହୋଇଥିଲା । କ୍ଷେତରୁ କିଛି ଗାଈ ଏବଂ ବଳଦ ଘରକୁ ଫେରି ଆସିଥିବା ବେଳେ କିଛି ଫେରିନଥିଲେ । ସେମାନଙ୍କୁ ଖୋଜିବାକୁ ସଞ୍ଜୀବ କ୍ଷେତକୁ ଯାଇଥିଲେ । ହେଲେ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ଶେଷରେ କ୍ଷେତରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସଞ୍ଜୀବଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇ ବେକ ଓ କାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି । ପୁଅର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।