ସୁବର୍ଣ୍ଣପୁର,୧୯/୧୨: ଦାଦନ ଖଟିବାକୁ ଯାଇ ମୃତ୍ୟୁର ଶିକାର ହେଲେ ଯୁବକ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଅର୍ଥାଭାବରୁ ତାମିଲନାଡୁରୁ ଫେରି ପାରୁନି ମୃତଦେହ । ଶବକୁ ଘରକୁ ଆଣିବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କଲେ ପରିବାରଲୋକେ । ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପୁଆ ଗାଁର ଧବଳେଶ୍ୱର ସେଠ ନାମକ ଜଣେ ଯୁବକ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । ସେଠାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପାଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆର୍ଥିକ ସମସ୍ୟା ଯୋଗୁଁ ଘରକୁ ଅଣାଯାଇପାରୁନାହିଁ ଶବ । ତେଣୁ ଦାଦନ ଶବକୁ ଘରକୁ ପହଞ୍ଚାଇବାକୁ ଓଡିଶା ସରକାରଙ୍କୁ ଅନୁରୋଧ କଲେ ପରିବାର ଲୋକେ ।