ରାଉରକେଲା,୨୬/୧୦: ରାଉରକେଲା ସେକ୍ଟର ୧୯ ଥାନା ଅନ୍ତର୍ଗତ ହମିରପୁରର ରାମକୃଷ୍ଣ କୋଏଲ ନଦୀ ଘାଟରେ ଅଘଟଣ । ନଦୀରେ ଗାଧୋଇବା ବେଳେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ନିଖୋଜ ଥିବା ଯୁବକଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଛି।
ସୂଚନା ମୁତାବକ, ରବିବାର ଦିନ ୧୦ଟା ବେଳେ କୋଏଲ ନଦୀରେ ଜଣେ ଯୁବକ ଗାଧୋଉଥିଲେ । ଗାଧୋଇବା ବେଳେ ବୁଡ଼ି ଯାଇ ଯୁବକ ଜଣକ ନିଖୋଜ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ନଦୀ ଘାଟରେ ପହଞ୍ଚିଛନ୍ତି । ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜାଖୋଜି କରୁଛନ୍ତି । ଅପରପକ୍ଷରେ ଛଟ୍ ପୂଜା ଲାଗି କୋଏଲ ନଦୀର ବିଭିନ୍ନ ଘାଟରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜିର ଏହି ଘଟଣା ପରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।