ସୁନ୍ଦରଗଡ,୧୩।୧୦ : ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ବାଲିଶଙ୍କରା ଘୋଘର ଇବ ନଦୀ କନାକୁଣ୍ଡୁରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଛନ୍ତି।  ଯୁବକ ଜଣକ ହେଲେ ଆନ୍ଧ୍ର ପ୍ରଦେଶର ସାତ୍ତ୍ୱିକ (୧୮)। 

ଆନ୍ଧ୍ର ପ୍ରଦେଶର ସାତ୍ତ୍ୱିକ (୧୮) ସାଙ୍ଗମାନଙ୍କ ସହ  ଦର୍ଲିପାଲ୍ଲିରୁ  ଭୋଜି କରିବାକୁ  ତଲସରା ଥାନା ବାଲିଶଙ୍କରା ଘୋଘର ଇବ ନଦୀ ଯାଇଥିଲେ । କନାକୁଣ୍ଡୁ  ସାତବଖରାରେ ସାତ୍ତ୍ବିକ  ଗାଧୋଉଥିବାବେଳେ  ଭାସିଯାଇଥିଲେ।    ଘଟଣାସ୍ଥଳରେ  ବାଳିଶଙ୍କରା ଅଗ୍ନିଶମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି  ରହିଛି  ।