ଗଞ୍ଜାମ, ୧୧।୧: ସୋରଡ଼ା ବ୍ଲକ୍ ନୂଆଁଗଡ଼ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ଗ୍ରାମର କାଳିଆ ଗୌଡ଼ଙ୍କ ୨୮ ବର୍ଷୀୟ ଝିଅ ରିଙ୍କି ଗୌଡ଼ ସକାଳୁ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ । ଗାଧୋଇବା ବେଳେ ନଦୀ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଆମ୍ବୁଲାନ୍ସ ପହଁଞ୍ଚି ରିଙ୍କିଙ୍କୁ ସୋରଡ଼ା ମେଡିକାଲ ଆଣିଥିଲେ । ଦୁର୍ଭାଗ୍ୟବଶତଃ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଯାଇଛି । ଏ ପର୍ଯ୍ୟନ୍ତ ମୃତ୍ୟୁ ପଛର କାରଣ ଜଣାପଡ଼ିନାହିଁ ।