କଳାହାଣ୍ଡି,୮।୨ : ପୂର୍ବ ଶତ୍ରୁତାରୁ ଗୁଳିମାଡ଼। ବଡ ଭାଇର ଗୁଳିମାଡ଼ରେ ସାନ ଭାଇ ମୃତ। ଏଭଳି ଘଟଣା ଘଟିଛି  କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦେହେଡ଼ା ଗାଁ ଠାରେ l ମୃତକ  ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝି। 

ସୂଚନା ଅନୁସାରେ ଏକବର୍ଷ ପୂର୍ବେ ଦୁଇ ଭାଇ ଙ୍କ ମଧ୍ୟରେ ଝଗଡା ହୋଇଥିଲା।  ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ପୂର୍ଣ୍ଣ  ଏକ ଠେଙ୍ଗାରେ ବଡ଼ଭାଇ କୃଷ୍ଣ  ମାଝୀକୁ ଆକ୍ରମଣ କରିଥିଲା ଯାହାଫଳରେ  ବଡ଼ ଭାଇଙ୍କ ହାତ  ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ତେବେ ଧିରେ ଧିରେ ବଡ଼ ଭାଇର ଶରୀର ସୁଧାର ଆସିବା ପରେ ପ୍ରତିଶୋଧ ପରାୟଣ ହୋଇଥିଲା।  ପୂର୍ଣ୍ଣଚନ୍ଦ୍ର  ଘରେ ଶୋଇଥିଲେ।  ହଠାତ ବଡ଼ ଭାଇ କୃଷ୍ଣ ଆସି   ପୂର୍ଣର ସ୍ତ୍ରୀ ବିଜୁଳିଙ୍କୁ  ପୂର୍ଣ୍ଣ କେଉଁଠି ବୋଲି ପଚାରି ଥିଲେ l ବିଜୁଳି କାହିଁକି ଖୋଜୁଛ ବୋଲି ପଚାରିବାରୁ ଶିକାର କରି ଯିବୁ କହିଁ  ଘର ଭିତରକୁ ଯାଇଥିଲେ।  ପୂର୍ଣ୍ଣ ଉପରକୁ ଗୁଳି ଚଳାଇଥିଲେ l ଘଟଣାସ୍ଥଳରେ  ପୂର୍ଣ୍ଣର ମୃତ୍ୟୁ ହୋଇଥିଲା l ଏନେଇ ବିଜୁଳି ବିଶ୍ୱନାଥପୁର ଥାନାରେ ଅଭିଯୋଗ କରିଥିଲେ। କେସିଙ୍ଗା ଏସଡିପିଓ ଅଜୟ ଦାସ, ସାଇଣ୍ଟିଫିକ ଟିମ ମନୋଜ କୁମାର ବେହେରା, ବିଶ୍ୱନାଥପୁର  ଆଇଆଇସି ମମତା ହେମ୍ବ୍ରମ ପ୍ରମୁଖ  ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ  କରିଥିଲେ। ଏଥି ସହ ଅଭିଯୁକ୍ତଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ପଚରା ଉଚୁରା କରୁଥିବା ବିଶ୍ଵନାଥପୁର ପୋଲିସ ପକ୍ଷରୁ ସୁଚନା ମିଳିଛି l