ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ

Published By : Harapriya Sethi | February 22, 2025 12:12 PM

ଭୁବନେଶ୍ୱର, ୨୨/୦୨: ସାନ ଯାଆଙ୍କୁ ବଡ଼ ଯାଆ ଯକୃତ ଦାନ କରିବା ଘଟଣା। ଲିଭର ପ୍ରତିରୋପଣ ପରେ ବି ବଞ୍ଚି ପାରିଲେନି ସାନ ଯାଆ । ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ଚାଲିଗଲା ସାନ ଯାଆଙ୍କ ଜୀବନ । ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି । ଅସ୍ତ୍ରୋପଚାର ପରେ ଶରୀର ମଧ୍ୟରେ ସେପଟିକ୍ ହେବାରୁ ସାନ ଯାଆଙ୍କ ଲିଭର ନଷ୍ଟ ହୋଇଯାଇଥିବା ନେଇ ସୂଚନା ମିଳିଛି । ଏନେଇ ମହିଳାଙ୍କ ସ୍ଵାମୀ ସୂଚନା ଦେଇଛନ୍ତି ।

କହିରଖୁ କି, ୨୦୨୦ ଫେବ୍ରୁଆରୀ ୧୬ରେ  ସମ୍ବଲପୁର ଜାତୀୟ ରାଜପଥକୁ ଲାଗିଥିବା ଏକ ଘରୋଇ  ହସ୍ପିଟାଲରେ ମହାଦେବ ପ୍ରଧାନଙ୍କ ସ୍ତ୍ରୀ ଉମାକାନ୍ତିଙ୍କ ଅସ୍ତ୍ରୋପଚାର ହୋଇଥିଲା । ପିତ୍ତକୋଷରେ ପଥୁରି ରୋଗ ହୋଇଥିବାରୁ ସେଠାରେ ଅପରେସନ କରାଯାଇଥିଲା । ହେଲେ ପିତ୍ତନଳୀକୁ ଡାକ୍ତର କାଟି ଦେଇଥିବା ଜଣାପଡ଼ିଲା । ଏହି ଘଟଣାର ୪ ବର୍ଷ ପରେ ଅର୍ଥାତ ୨୦୨୪ ଡିସେମ୍ବର ୫ରେ ସ୍ତ୍ରୀଙ୍କ ଯକୃତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ହାଇଦ୍ରାବାଦର ଏକ  ଡାକ୍ତରଖାନାରେ ଜଣାପଡ଼ିଲା । ଲିଭର ପ୍ରତିରୋପଣ ନ ହେଲେ ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ଡୋନର୍‌ ଖୋଜିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଉମାକାନ୍ତିଙ୍କ ସହ ତାଙ୍କ ସ୍ୱାମୀଙ୍କ ବ୍ଲଡଗ୍ରୁପ୍‌ ମ୍ୟାଚ୍‌ କଲା ନାହିଁ । ହେଲେ ତାଙ୍କ ଯାଆ ପ୍ରତିମାଙ୍କ ବ୍ଲଡଗ୍ରୁପ ମ୍ୟାଚ୍‌ ହୋଇଥିଲା । ନିଜ ସ୍ୱାସ୍ଥ୍ୟବସ୍ଥା କଥା ନ ଭାବି ବଡ଼ ଯାଆ ପ୍ରତିମା ଯକୃତ ଦେବାକୁ ତୁରନ୍ତ ରାଜି ହୋଇଯାଇଥିଲେ । ଫେବୃୟାରୀ ୬ ତାରିଖରେ ହାଇଦ୍ରାବାଦରେ ଅସ୍ତ୍ରୋପଚାର ହେଲା । ଫେବୃୟାରୀ ୯ ତାରିଖରେ ପ୍ରତିମା ଆଇସିୟୁରୁ ବାହାରି ଥିଲେ । ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ଥିଲା । ହେଲେ ଏହାର କିଛି ଦିନ ମଧ୍ୟରେ ହିଁ ଉମାକାନ୍ତିଙ୍କ ଶରୀର ମଧ୍ୟରେ ସେପଟିକ୍ ହେବା ଆରମ୍ଭ ହୋଇଥିଲା । ପରେ ତାଙ୍କ ଲିଭର୍‌ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା । ତେଣୁ ହାଇଦ୍ରାବାଦରେ ତାଙ୍କର ଚିକିତ୍ସା କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱାମୀ ମହାଦେବ ପ୍ରଧାନ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.