ନୂଆଦିଲ୍ଲୀ : ଇଣ୍ଟରନେଟ୍‌ର ଦୁନିଆରେ ଆଜି ସ୍ମାର୍ଟଫୋନ ସମସ୍ତଙ୍କ ହାତରେ । ଆମ ପାଖରେ ଏମିତି ଅନେକ ଲୋକ ଅଛନ୍ତି , ଯିଏ ଇନଷ୍ଟାଗ୍ରାମ୍‌ , ଟିକଟକ୍‌ ବା ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଘଣ୍ଟା ଘଣ୍ଟା ରିଲ୍ସ, ଦେଖିବାରେ ବିତେଇ ଥାନ୍ତି। କୌଣସି କଥା ବିଚାର ନକରି ଘଣ୍ଟା ଘଣ୍ଟା ସ୍କ୍ରଲ କରି ଚାଲନ୍ତି। ଅନେକ ଥର ଏହିପରି ଭିଡ଼ିଓ ଆମ ପାଇଁ କୌଣସି ଅର୍ଥର ନୁହେଁ। ଯଦି ଆମ ଆଖପାଖରେ  କେହି ଏମିତି କରୁଛନ୍ତି ବା ଆପଣ ନିଜେ ଏମିତି କରୁଛନ୍ତି ତ ବୋଧହୁଏ ଆପଣ ବ୍ରେଟ୍‌ ରୋଟର ଶିକାର ହୋଇ ପାରନ୍ତି। ଏହା ଏକ ଏମିତି ବିପଜ୍ଜନକ ଅଭ୍ୟାସ ଯାହା ମସ୍ତିଷ୍କକୁ ସଢାଇ ଦେଉଛି । ବୌଦ୍ଧିକ କ୍ଷମତାକୁ ହ୍ରାସ କରୁଛି।  ନିକଟରେ ଅକ୍ସଫୋର୍ଡ ଡିକ୍ସନାରୀ ଏହି ଶବ୍ଦକୁ ୨୦୨୪ର ୱାର୍ଡ ଅଫ୍‌ ଦ ଇୟର ଘୋଷିତ କରିଛି। 

ବ୍ରେଟ୍‌ ରୋଟକୁ ନେଇ ରିପୋର୍ଟ କୁହେ କି ୨୦୨୩ରୁ ୨୦୨୪ ମଧ୍ୟରେ ଏହି ଶବ୍ଦର ବ୍ୟବହାରରେ ୨୩୦ ପ୍ରତିଶତର ବୃଦ୍ଧି ହୋଇଛି। ଅକ୍ସଫୋର୍ଡ ୟନିଭର୍ସିଟି ମଧ୍ୟ ବ୍ରେନ୍‌ ରୋଟ ଶବ୍ଦକୁ  ୨୦୨୪ର ୱାର୍ଡ ଅଫ୍‌ ଦ ଇୟର ଭାବେ ଚୟନ କରିଛି। ବ୍ରେନ୍‌ ରୋଟ ଏମିତି ଅଭ୍ୟାସ, ଯାହା ଆମକୁ ଘଣ୍ଟାଘଣ୍ଟା ରିଲ୍ସ ଦେଖିବା ଦ୍ୱାରା ହୋଇପାରେ। ମନୋବୈଜ୍ଞାନିକଙ୍କ କହିବାନୁସାରେ , ଏହା ଏମିତି ଅଭ୍ୟାସ ,ଯାହା ଆମକୁ ମାନସିକ ଭାବେ କ୍ଷତି ପହଞ୍ଚାଉଛି ଏବଂ ଆମର ବୌଦ୍ଧିକ କ୍ଷମତାକୁ ଶେଷ କରୁଛି।

'ବ୍ରେନ୍‌ ରୋଟ୍‌'ର ଏତେ ଚର୍ଚ୍ଚା କାହିଁକି –

ହୋଇପାରେ କି ବ୍ରେନ୍‌ ରୋଟ୍‌ ଆପଣଙ୍କ ପାଇଁ ନୂଆ ଶବ୍ଦ ହୋଇପାରେ , କିନ୍ତୁ ଏହାର ପ୍ରଥମ ଥର ବ୍ୟବହାର ଇଣ୍ଟରନେଟ୍‌ନିର୍ମାଣର ବହୁତ ପୂର୍ବରୁ ହୋଇ ଥିଲା। ୧୮୫୪ରେ ହେନରୀ ଡେଭିଡ୍‌ ଥୋରୋ ନାମକ ଲେଖକ ନିଜର ପୁସ୍ତକ ଭାଲଡେନରେ ଏହା ବିଷୟରେ ଲେଖିଥିଲେ। ସେ ଏହି ଶବ୍ଦର ବ୍ୟବହାର ମାନସିକ ଓ ବୌଦ୍ଧିକ ପ୍ରୟାସରେ ସାମାନ୍ୟ ହ୍ରାସ ପାଇଁ କରିଛନ୍ତି। ଏହି ଶବ୍ଦ ସୋସିଆଲ ମିଡ଼ିଆରେ ଜେନ ଜେଡ୍‌ ଓ ଜେନ ଅଲଫା ସଂପ୍ରଦାୟ ମଧ୍ୟରେ ଲୋକପ୍ରିୟ ହୋଇ ଥିଲା।, କିନ୍ତୁ ଏବେ ଏହାର ବ୍ୟବହାର ମୁଖ୍ୟ ରୂପେ ସୋସିଆଲ ମିଡ଼ିଆରେ ମିଳୁଥିବା ବେକାର ଓ ବିନା ଅର୍ଥର ଭିଡ଼ିଓ ବା ରିଲ୍ସ ଦେଖିବାର ଅଭ୍ୟାସ ପାଇଁ କରାଯାଏ। 

କେତେ ବିପଜ୍ଜନକ –

ବ୍ରେନ୍‌ ରୋଟ୍‌ ବିଷୟରେ ଆମେ ଏହା ତ ବୁଝି ସାରିଛୁ କି ଏହା ଏମିତି ଅଭ୍ୟାସ , ଯାହା ଆମର ବୌଦ୍ଧିକ କ୍ଷମତାକୁ ବାରମ୍ୱାର ହ୍ରାସ କରୁଛି। ତାଙ୍କର ଖରାପ ପ୍ରଭାବ  ଆମର ମସ୍ତିଷ୍କରେ ପଡ଼ିଥାଏ। ଆପଣ ଆଖପାଖରେ ଅନୁଭବ କରିଥିବେ ଯେ ପ୍ୟାରେଣ୍ଟ ନିଜ ପିଲାଙ୍କୁ ବ୍ୟସ୍ତ ରଖିବା ପାଇଁ ମୋବାଇଲ ଧରାଇ ଦିଅନ୍ତି। କିଛି ଦିନରେ ପିଲାଙ୍କ ପାଇଁ ମୋବାଇଲ ଜରୁରୀ ହୋଇଯାଏ। ଯଦି ତାଙ୍କୁ ମୋବାଇଲ ନମିଳେ ତ ସେ ଖାଦ୍ୟ ଖାଆନ୍ତି ନାହିଁ, ଅଜବଗଜବ ହରକତ କରିବାକୁ ଲାଗନ୍ତି। କେବଳ ଏତିକି ନୁହେଁ ହିଂସ୍ର ପାଲଟି ଯାଆନ୍ତି। ମୋବାଇଲର ନିମ୍ନ ସ୍ତରର ଭିଡ଼ିଓ ପିଲାଙ୍କ କୋମଳ ମସ୍ତିଷ୍କରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। ସେ ମୋବାଇଲରେ ହେଉଥିବା କାଳ୍ପନିକ ଜିନିଷକୁ ବିଶ୍ୱାସ କରିବାକୁ ଲାଗନ୍ତି ଏବଂ ବାସ୍ତବିକତାରେ ମଧ୍ୟ ତାଙ୍କୁ କରିବାକୁ ଚାହାନ୍ତି। ସୂଚନାକାରୀଙ୍କ ବିଶ୍ୱାସ ଯେ, ଏହା ଖୁବ୍‌ ବିପଜ୍ଜନକ ଅଟେ।