ନରାଜ, ୧୨।୭ - ବାରଙ୍ଗ ବ୍ଲକ ଅନ୍ତର୍ଗତ ମୁଣ୍ଡଳୀ ବ୍ରିଜଉପରୁ ଶୁକ୍ରବାର ରାତିରେ ଜଣେ ଯୁବକ ଡେଇଁ ନିଖୋଜ। ଶନିବାର ଦିନ ତମାମ ଅଗ୍ନିଶମ ବାହିନୀ ମହାନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକର ପତ୍ତା ମିଳି ନାହିଁ। ନଦୀକୁ ଡେଇଁଥିବା ଯୁବକ ଜଣକଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ହୋଇଥିବା ବେଳେ ସେ କଟକ ସିଡିଏରେ ରହୁଥିଲେ।
ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକ ମୁଣ୍ଡଳୀ ବ୍ରିଜରୁ ଡେଇଁପଡିଥିଲେ। ଶନିବାର ଖବର ପାଇଁ ବାରଙ୍ଗ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ମହାନଦୀରେ ଦିନତମାମ ଖୋଜାଖୋଜି କରିଥିଲେ। ତେବେ ଯୁବକଙ୍କ ସନ୍ଧାନ ମିଳି ନ ଥିଲା। ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଛି। ରବିବାର ପୁନର୍ବାର ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।
ଯୁବକ ଜଣକ କଟକ ସିଡିଏରେ ରହି ଧୂପକାଠି ବ୍ୟବସାୟ କରନ୍ତି। ସେ ଋଣଭାରରେ ଚାପଗ୍ରସ୍ତ ଥିଲେ । ତେବେ ସେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପତ୍ନୀଙ୍କ ମୋବାଇଲକୁ ରେକର୍ଡ଼ିଂ କରି ଏକ ବାର୍ତ୍ତା ପଠାଇଥିଲେ କି ମୁଁ ମରିବାକୁ ଯାଉଛି ମୋ’ ମୃତଦେହ ନେଇ ଆସିବ।