ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ନାବାଳିକାକୁ ଅସଦାଚରଣ ସହ ଗାଳି ଗୁଲଜ ମାମଲାରେ ଯୁବକ ଗିରଫ

Published By : Gurupada Nath | May 16, 2025 9:10 PM

Image courtesy: indiatoday

ଗୋପାଳପୁର, ୧୬/୫ : ଗୋପାଳପୁର ପୋଲିସ ଶୁକ୍ରବାର ଜଣେ ନାବାଳିକାକୁ ଅସଦାଚରଣ ସହ ଗାଳି ଗୁଲଜ କରିବା ମାମଲାରେ ଜନୈକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ନୁଆଁ ବକ୍ସିପଲ୍ଲୀ ଡୁମୁଲୁପେଟା ଗ୍ରାମର ଏମ.ମଧୁ ରେଡି ବୋଲି ଜଣାପଡ଼ିଛି l 

ସୂଚନା ଅନୁସାରେ ଉକ୍ତ ଥାନା ଅଞ୍ଚଳର ଜଣେ ନାବାଳିକା ଗତ ୯ତାରିଖ ସନ୍ଧ୍ୟାରେ ଟିଉସନ ଯିବା ସମୟରେ ଅଭିଯୁକ୍ତ ମଧୁ ପଛ ପଟୁ ଏକ ପଲସର ବାଇକରେ ଆସି ଧକ୍କା ଦେଇ ନାବାଳିକାକୁ ଫୋନ ନମ୍ବର ମାଗିଥିଲା l ଫୋନ ନମ୍ବର ନ ଦେବାରୁ ନାବାଳିକାର ଡ୍ରେସ ଟିକୁ ଟାଣି ଚିରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମୁହଁକୁ ଏକ ଶକ୍ତ ଚାପୁଡ଼ା ମାରି ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା l ଏ ନେଇ ନାବାଳିକାର ମା’ ଗତକାଲି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l 

ଅଭିଯୋଗ ଅନୁସାରେ ପୋଲିସ କେସ ନମ୍ବର ୧୪୬/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ନାବାଳିକାର ବୟାନ ରେକର୍ଡ଼ କରିଥିଲା l ଏଥି ମଧ୍ୟରେ ଅଭିଯୁକ୍ତ ମଧୁ ଫେରାର ରହିଥିଲା l କୌଣସି ସୂତ୍ରରୁ ପୋଲିସ ଖବର ପାଇ ଆଜି ଅଭିଯୁକ୍ତକୁ ନିଜ ଗାଁରୁ ଗିରଫ କରିବା ସହ ବ୍ୟବହାର କରିଥିବା ବାଇକ ଜବତ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.