ଭୁବନେଶ୍ୱର,୧୯/୦୪: କଂଗ୍ରେସ ନେତାଙ୍କ ବିରୋଧରେ ସରକାରୀ କଳକୁ ବ୍ୟବହାର କରାଯାଉଛି । ଏହାର ଦୃଢ଼  ଜବାବ ଦିଆଯିବ । ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସ ଘେରିବ ଯୁବ କଂଗ୍ରେସ ବୋଲି ଯୁବ କଂଗ୍ରେସ ରଣଜିତ ପାତ୍ର ସୂଚନା ଦେଇଛନ୍ତି ।  

ସେ କହିଛନ୍ତି, ଲୋକସଭାର ବିରୋଧି  ଦଳ ନେତା ରାହୁଲ ଗାନ୍ଧୀ, ପୂର୍ବତନ  କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ  ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ  ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ  କରିଛି । ଏହା ଅଗଣତାନ୍ତ୍ରିକ ଏବଂ  ରାଜନୈତିକ ପ୍ରତିହିଂସାକୁ ପ୍ରମାଣିତ  କରୁଛି । ମୋଦି ସରକାରଙ୍କ ଦୁର୍ନୀତି ଓ  ଭ୍ରଷ୍ଟାଚାର ବିରୋଧରେ ରାହୁଲ ଗାନ୍ଧୀଙ୍କ  ସ୍ୱରକୁ ଚପାଇ ଦେବାକୁ ଷଡ଼ଯନ୍ତ୍ର  ହୋଇଛି । ବିରୋଧି ଦଳକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାର  କରାଯାଉଛି । 

ମୋଦି ସରକାରଙ୍କ  ପ୍ରତିହିଂସା, ମନମାନି ଓ ସରକାରୀ କଳ  ଅପବ୍ୟବହାର ବିରୋଧରେ ଏହି ଘେରାଉ  କରାଯିବ । ଏହି କାର୍ଯ୍ୟକ୍ରମରେ ଅଖିଳ  ଭାରତୀୟ ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ  ମୁକେଶ ଦେଶମୁଖ ଯୋଗଦେବେ।