ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ

Published By : Prameya | April 19, 2025 8:33 AM

Image source:

ଭୁବନେଶ୍ୱର,୧୯/୦୪: କଂଗ୍ରେସ ନେତାଙ୍କ ବିରୋଧରେ ସରକାରୀ କଳକୁ ବ୍ୟବହାର କରାଯାଉଛି । ଏହାର ଦୃଢ଼  ଜବାବ ଦିଆଯିବ । ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସ ଘେରିବ ଯୁବ କଂଗ୍ରେସ ବୋଲି ଯୁବ କଂଗ୍ରେସ ରଣଜିତ ପାତ୍ର ସୂଚନା ଦେଇଛନ୍ତି ।  

ସେ କହିଛନ୍ତି, ଲୋକସଭାର ବିରୋଧି  ଦଳ ନେତା ରାହୁଲ ଗାନ୍ଧୀ, ପୂର୍ବତନ  କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ  ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ  ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ  କରିଛି । ଏହା ଅଗଣତାନ୍ତ୍ରିକ ଏବଂ  ରାଜନୈତିକ ପ୍ରତିହିଂସାକୁ ପ୍ରମାଣିତ  କରୁଛି । ମୋଦି ସରକାରଙ୍କ ଦୁର୍ନୀତି ଓ  ଭ୍ରଷ୍ଟାଚାର ବିରୋଧରେ ରାହୁଲ ଗାନ୍ଧୀଙ୍କ  ସ୍ୱରକୁ ଚପାଇ ଦେବାକୁ ଷଡ଼ଯନ୍ତ୍ର  ହୋଇଛି । ବିରୋଧି ଦଳକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାର  କରାଯାଉଛି । 

ମୋଦି ସରକାରଙ୍କ  ପ୍ରତିହିଂସା, ମନମାନି ଓ ସରକାରୀ କଳ  ଅପବ୍ୟବହାର ବିରୋଧରେ ଏହି ଘେରାଉ  କରାଯିବ । ଏହି କାର୍ଯ୍ୟକ୍ରମରେ ଅଖିଳ  ଭାରତୀୟ ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ  ମୁକେଶ ଦେଶମୁଖ ଯୋଗଦେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.