କଣ୍ଟାବାଞ୍ଜି,୨୫।୫ :  ଶୌଚ ହେବାକୁ ଯାଉଥିବା ବେଳେ  ଜଣେ ଯୁବକ ଟ୍ରେନରୁ ଖସିପଡି ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଅଶ୍ୱିନୀ ନିଶାଦ (୪୫)।  ଛତିଶଗଡ଼ ରାଜ୍ୟ ଜିଲ୍ଲା ମୁଙ୍ଗୁଳି ଥାନା ଲୁର୍ମିରେ ତାଙ୍କ ଘର ବୋଲି ଜଣା ପଡିଛି।

ଯୁବକ ଜଣକ ନିଜ ପରିବାର ସହିତ ବାହାର ରାଜ୍ୟ ବିଜେଓ୍ବାଡାକୁ କାମ କରିବାକୁ ଯାଇଥିଲେ। ସେ ବିଶାଖାପାଟଣା କୋରବା ଟ୍ରେନ ଯୋଗେ ନିଜ ଘରକୁ ଫେରୁଥିଲେ।  ରବିବାର ଭୋରୁ ସକାଳୁ ଯୁବକ ଜଣକ ପରିବାର ଲୋକଙ୍କୁ କହି ଶୌଚ କରିବା ପାଇଁ ଯାଇଥିଲେ। ମାଇଲ ଖୁଣ୍ଟ ୧୭୫ କସାମାଲ ଭୁତଳ ପୋଲ ପାଖରେ ଖସିପଡିଥିଲେ।  ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଯୁବକ ଜଣକ ନିଜ ସିଟକୁ ଆସିବା ବିଳମ୍ବ ଦେଖି ପରିବାର ଲୋକ ପ୍ରଥମେ ଟ୍ରେନ ଭିତରେ ଖୋଜା ଖୋଜି କରିଥିଲେ।  ପରେ  କଣ୍ଟାବାଞ୍ଜି ପହଞ୍ଚି ଜିଆରପି ପୋଲିସକୁ ଜଣାଇଥିଲେ। ପରେ ଜିଆରପି ପୋଲିସ ଅନୁସନ୍ଧାନ କରି ମୃତଦେହ ଠାବ କରିଥିଲା।  ମୃତ ଦେହକୁ ଜବତ କରିବା ସହ  ଘଟଣାର  ତଦନ୍ତ କରୁଛି।