ପାଟଣାଗଡ଼, ୭/୧ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ସମଲେଶ୍ଵର ଗାଁ ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଟିକ୍ରାରାପଡା  ଗାଁର  ରମାକାନ୍ତ ବାଗ (୩୫) । ଅପରପକ୍ଷରେ  ଯୁବକଙ୍କ ମୃତୁ ପରେ ଗାଁ ରେ ଅଶାନ୍ତ ସହ  ଭୟ ର ବାତାବରଣ ଥିବାରୁ ପାଟଣାଗଡ଼ ପୁଲିସ ପକ୍ଷରୁ ଗାଁ ରେ ୨ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

,ଟିକ୍ରାରାପଡା ରମାକାନ୍ତ ସମଲେଶ୍ଵରୀ ଗାଁରେ ବିବାହ ପରେ ତାଙ୍କ ପୁଅ ଝିଅ ସହ ଶାଶୁ ଘରେ ରହୁଥିଲେ। ଆଜକୁ ତିନି ବର୍ଷ ତଳେ କୌଣସି ଏକ ଘଟଣା କୁ ନେଇ ରମାକାନ୍ତ ଙ୍କ ସ୍ତ୍ରୀ  ଗାଁ ର ତିନି ଜଣ ଯୁବକ ଙ୍କ ନାମରେ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏସଂକ୍ରାନ୍ତରେ ତତ୍କାଳୀନ ଥାନା ଅଧିକାରୀ ତଦନ୍ତ ପରେ ଏକ ମାମଲା ରୁଜ୍ଜୁ କରି ଘଟଣାର ସଂପୃକ୍ତ ଥିବା ନେଇ ଉକ୍ତ ତିନିଜଣ ଯୁବକଙ୍କୁ  ସେତେବେଳେ କୋର୍ଟ ଚାଲାଣ କରିଥିଲେ । ବର୍ଷାଧିକ କାଳ ଜେଲ ଦଣ୍ଡ ଭୋଗିବା ପରେ ସେମାନେ ଜାମିନ ରେ ମୁକୁଳିଥିଲେ। ଯୁବକ ମାନଙ୍କ ନାମରେ ଥାନା ରେ ଲିଖିତ ଅଭିଯୋଗ ପରେ ରମାକାନ୍ତ ତାଙ୍କ ସ୍ତ୍ରୀ ଓ ପୁଅ ଝିଅ ଙ୍କୁ ଧରି ଟିକିରାପଡା ରେ ରହିଆସୁଥିଲେ। ଦୁଇଦିନ ପୂର୍ବେ ରମାକାନ୍ତ ତାଙ୍କ ପରିବାରକୁ ଧରି ଶାଶୂ ଘର ସମଲେଶ୍ଵର ଗାଁ କୁ ବୁଲିବାକୁ ଆସିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଆକ୍ରମଣ କରାଯାଇଥିଲା।   ଖବର ପାଇଁ ପାଟଣାଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତଜୁଡୁବୁଡୁ ଅବସ୍ଥାରେ ରମାକାନ୍ତ ଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲା। ପ୍ରାଥମିକ ଚିକିତ୍ସାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଗାଁ ରେ ୨ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ ଥିବା ଜଣାପଡିଛି।