ସାହାଜପାଲ , ୧୯।୧୦ ବୌଦ୍ଧ ସଦର ବ୍ଲକ ଆମ୍ବଝିର ଗ୍ରାମ ପଂଚାୟତ ଅନ୍ତର୍ଗତ  ବଘିଆପଡା ଫାଣ୍ଡି  କୁରକୁଜ ଗ୍ରାମରେ ଘରୋଇ କଳହକୁ ନେଇ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛି। ଯୁବକ ଜଣକ ହେଲେ କିଆକଟା ଗ୍ରାମର ଅସିତ ଜାନି

ଅନୁଗୁଳ ଜିଲ୍ଳାର କିଆକଟା ଥାନା ଅନ୍ତର୍ଗତ କିଆକଟା ଗ୍ରାମର ଅସିତ ଜାନି ନିଜ ଶଶୁର ଘର କୁରକୁଜରେ ଆଜକୁ ଏକ ମାସରୁ ଉର୍ଦ୍ଧହେବ ରହି ଆସୁଥିଲେ। ଘରୋଇ କଳହରୁ   ଅସିତ ଜାନି ଶନିବାର ବିଷପିଇ ଦେଇଥିଲେ।  ପରିବାର ଲୋକ ତାଙ୍କୁ ତୁରନ୍ତ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବଘିଆପଡା ଫାଣ୍ଡି ପୁଲିସ ମୃତଦେହ  ଜବତ କରି  ଘଟଣାର ତଦନ୍ତ କରୁଛି।