ନରସିଂହପୁର,୧।୧୦ : ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ନରସିଂହପୁର ବ୍ଲକ ନିଜିଗଡ଼ ପଞ୍ଚାୟତ ବାଲିସାହି ଗ୍ରାମର ଚଗଲା ପଣ୍ଡା । ବାଲିସାହି ଗ୍ରାମ ଶିବ ମନ୍ଦିର ନିକଟରେ ଥିବା ପୋଖରୀରେ ଚଗଲା ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ଦ୍ୱାରା ପୋଖରୀରୁ ଚଗଲାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ନରସିଂହପୁର ମେଡିକାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସ...