ହରଭଙ୍ଗା, ୧୬।୯ : ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ମୃତ । ମୃତକ ଜଣକ ହେଲେ ପୁରୁଣାକଟକ ଥାନା ସିଙ୍ଗାଣିବିଡା ଗ୍ରାମର ଅରକ୍ଷିତ ପ୍ରଧାନ । ପୁରୁଣାକଟକ ଥାନା ସିଙ୍ଗାଣିବିଡା ଗ୍ରାମର ଅରକ୍ଷିତ ପ୍ରଧାନ ଘର ପଛ ପଟେ ଥିବା ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ । ଗାଧେଇବା ସମୟରେ ଗୋଡ଼ ଖସି ଯାଇଥିଲା । ଫଳ ରେ ଅରକ୍ଷିତ ପାଣିରେ ପଡିଯାଇଥିଲେ । ତାଙ୍କୁ ଫିଟସ ରୋଗ ଥିବାରୁ ପାଣି ଭିତରେ ପଡିବା ମାତ୍ରେ ଫିଟସ ମାରିଥିଲା । ଫିଟସ ପାଇଁ ସେ ପାଣି ରୁ ଆଉ ବାହାରି ପାରିନଥିଲେ ।
କିଛ ସମୟ ପରେ ପରିବାର ଲୋକ ଅରକ୍ଷିତ ଙ୍କ ମୃତ ଦେହ ପୋଖରୀ ରେ ଭାସୁଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଗ୍ରାମବାସୀମାନେ ମୃତ ଦେହ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏବେ ଅରକ୍ଷିତ ଙ୍କ ମୃତ୍ୟୁ ପରେ ତାଙ୍କର ୭ଟିସାନ ପୁଅ , ୩ଟି ଝିଅ ଓ ପତ୍ନୀ ସାଲରା ପ୍ରଧାନ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି । କାରଣ ଅରକ୍ଷୀତ ପରିବାର ର ଜଣେ ରୋଜଗାର କରି ପ୍ରତିପୋଷଣ କରୁଥିଲେ । ତେଣୁ ବେସାହାରା ପରିବାରକୁ ସରକାରୀ ସମୟତା ପାଇଁ ଅଂଚଳବାସୀ ଦାବି କରିଛନ୍ତି