ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବ୍ରାହ୍ମଣିଆପଲ୍ଲୀ ଗାଁରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

Published By : Harapriya Sethi | June 29, 2025 2:18 PM

ଛତ୍ରପୁର,୨୯/୦୬: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବ୍ରାହ୍ମଣିଆପଲ୍ଲୀ ଗ୍ରାମର ଏ. ଲାଛେୟା ପାତ୍ରକୁ ହତ୍ୟା କରାଯାଇଛି । ଛତ୍ରପୁର ମେଡିକାଲରେ ରବିବାର ତାଙ୍କର ମୃତ୍ୟୁ ଘଟିଛି । ଛତ୍ରପୁର ଆଇଆଇସି ସୁଭାଶିଷ ମହାନ୍ତି ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ଘଟଣାସ୍ଥଳକୁ ଯାଇ ପୁଲିସ ତଦନ୍ତ କରୁଛି ।

ସୂଚନା ମୁତାବକ, ଶନିବାର ମଧ୍ୟାହ୍ନରେ ବ୍ରାହ୍ମଣିଆପଲ୍ଲୀ ଗ୍ରାମର ଏ. ଜୀନୁ ପାତ୍ରଙ୍କ ପୁଅ ଏ. ଲାଛେୟା ପାତ୍ର ଗାଁ ରାସ୍ତାରେ ଆସୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ପଥରରେ ଛେଚି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଶନିବାର ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ଏହି ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.