କୋଲାଵିରା ୨୧/୧୧ : କୋଲାବିରା ଥାନା ଅଧିନସ୍ଥ ସମାସିଂହା ଜଳପଡ଼ା ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଚଳନ୍ତା ଟ୍ରାକ୍ଟରରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ମୃତ ଯୁବକଙ୍କ ନାମ ମହେନ୍ଦ୍ର ବନଛୋର(୪୦) l ଓଡ଼ି ୧୫ ଏବି ୮୯୩୯ ନମ୍ୱର୍ ବିଶିଷ୍ଟ ଟ୍ରାକ୍ଟରଟି ଜମିରୁ ଧାନ କାଟି ସାରି ଘରକୁ ଫେରୁଥିଲା l ସମାସିଂହା ଗ୍ରାମର ମହେନ୍ଦ୍ର ମଧ୍ୟ ଘରକୁ ଆସିବା ପାଇଁ ଟ୍ରାକ୍ଟରର ଆଗ ପଟେ ଡ୍ରାଇଭର ନିକଟରେ ବସିଥିଲେ l ଟ୍ରାକ୍ଟର ଚାଷ ଜମି ରାସ୍ତାରେ ଆସୁଥିବା ବେଳେ ମହେନ୍ଦ୍ର ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ l ଫଳରେ ଟ୍ରାକ୍ଟର ଚକ ମହେନ୍ଦ୍ରଙ୍କ ଉପରେ ଚଢ଼ିଯାଇଥିଲା l ମହେନ୍ଦ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା l ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରିଛି l ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି l