ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଯୁବକଙ୍କୁ ମଦ ପିଆଇ ମରଣାନ୍ତକ ଆକ୍ରମଣ; ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି

Published By : Harapriya Sethi | August 1, 2025 9:19 AM

ଦାରିଙ୍ଗବାଡି,୦୧/୦୮: ପ୍ରଥମେ ମଦ ପିଆଇଲେ । ତା'ପରେ ମଦ ବୋତଲରେ ହିଁ ମରଣାନ୍ତକ ଆକ୍ରମଣ କଲେ ନିଶକ୍ତ ଯୁବକ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସିମନବାଡ଼ି ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ତେରାବାଡ଼ି ଗାଁର ଧର୍ମେନ୍ଦ୍ର ନାୟକ ରାଜସ୍ୱ ବଙ୍ଗଳା ପରିସର ମଧ୍ୟରେ ରହୁଥିବା କୁମାରୀ ନାୟକଙ୍କ ପାଖରେ ରୁହନ୍ତି । ଗୁରୁବାର ଦିନ ରାତି ୯ ଟାରେ ଧର୍ମେନ୍ଦ୍ର ଖାଉଥିବା ସମୟରେ ଗାଁର କିଛି ଯୁବକ ମଦ ପିଇବାକୁ ଡାକିଥିଲେ । ଧର୍ମେନ୍ଦ୍ର ଖାଇବା ଅଧାରୁ ଉଠି ମଦ୍ୟପାନ କରିବାକୁ ଯାଇଥିଲେ । ଧର୍ମେନ୍ଦ୍ରଙ୍କୁ ଅଧିକ ନିଶା ହେବା ପରେ ମଦ୍ୟପାନ କରିବା ପାଇଁ ଡାକିଥିବା ଯୁବକମାନେ ମଦ ବୋତଲରେ ମରଣାନ୍ତକ ଆକ୍ରମଣ କରିଥିଲେ । କୁମାରୀ ନାୟକ ଆକ୍ରମଣ ସମୟରେ ଛଡ଼ାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଯୁବକ । ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିଲେ । ଧର୍ମେନ୍ଦ୍ର ଭୟରେ ରାତି ସାରା ରକ୍ତ ଯୁଡୁବୁଡୁ ଅବସ୍ଥାରେ ଘରେ ରହି ଶୁକ୍ରବାର ଦିନ ସକାଳୁ ଦାରିଙ୍ଗବାଡି ମେଡ଼ିକାଲରେ ଚିକିତ୍ସିତ ହୋଇଥିଲେ । ଧର୍ମେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟ ଥାନାରେ ଏତଲା ଦେବେ ବୋଲି କହିଥିବା ବେଳେ ଦୋଷୀ ବିରୋଧରେ କୋଠାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.