ଭୁବନେଶ୍ବର,୫।୨ :  ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ସଂଘବଦ୍ଧ ଭାବେ କଲେ ମରଣାନ୍ତକ ଆକ୍ରମଣ। ଇନଫୋସିଟି ଥାନା ଠାରୁ ୫୦୦ ମିଟର ଦୂରରେ  ହାଣି କଲେ ଲହୁ ଲୁହାଣ। ଗୁରୁତର ଯୁବକ ଜଣକ ହେଲେ ଦେବାଶିଷ ତ୍ରିପାଠୀ । ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। 

ମଙ୍ଗଳବାର ରାତିରେ ଦେବାଶିଷ ତାଙ୍କ ସହ ବାଇକରେ ଯାଉଥିଲେ। ହଠାତ ୫ରୁ ୬ ଜଣ ଯୁବକ ତାଙ୍କ ପିଛା ବାଇକରେ କରିଥିଲେ। ପରେ ଥାନା ଠାରୁ ଅଳ୍ପ ଦୂରରେ ଖଣ୍ଡାରେ ଚୋଟ ଉପରେ ଚୋଟ ତାଙ୍କ ଉପରକୁ ପକାଇଥିଲେ। ଏଥିରେ ସେ ଗୁରୁତର ହୋଇଥିଲେ। ଏହି ଘଟଣାରେ ୪  ଜଣକୁ  ଅଟକ ରଖି ପଚରାଉଚରା କରୁଛି ଇନଫୋସିଟି ଥାନା ପୋଲିସ।