ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୪ ଅଟକ

Published By : Prameya | February 5, 2025 10:52 PM

ଭୁବନେଶ୍ବର,୫।୨ :  ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ସଂଘବଦ୍ଧ ଭାବେ କଲେ ମରଣାନ୍ତକ ଆକ୍ରମଣ। ଇନଫୋସିଟି ଥାନା ଠାରୁ ୫୦୦ ମିଟର ଦୂରରେ  ହାଣି କଲେ ଲହୁ ଲୁହାଣ। ଗୁରୁତର ଯୁବକ ଜଣକ ହେଲେ ଦେବାଶିଷ ତ୍ରିପାଠୀ । ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। 

ମଙ୍ଗଳବାର ରାତିରେ ଦେବାଶିଷ ତାଙ୍କ ସହ ବାଇକରେ ଯାଉଥିଲେ। ହଠାତ ୫ରୁ ୬ ଜଣ ଯୁବକ ତାଙ୍କ ପିଛା ବାଇକରେ କରିଥିଲେ। ପରେ ଥାନା ଠାରୁ ଅଳ୍ପ ଦୂରରେ ଖଣ୍ଡାରେ ଚୋଟ ଉପରେ ଚୋଟ ତାଙ୍କ ଉପରକୁ ପକାଇଥିଲେ। ଏଥିରେ ସେ ଗୁରୁତର ହୋଇଥିଲେ। ଏହି ଘଟଣାରେ ୪  ଜଣକୁ  ଅଟକ ରଖି ପଚରାଉଚରା କରୁଛି ଇନଫୋସିଟି ଥାନା ପୋଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.