ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ବାଣୀବିହାର ନିକଟରେ ନାଳରେ ୩୫ ବର୍ଷୀୟ ଯୁବକ ଅନିଲ ଭାସିଯିବା ଘଟଣା । ଆଜି ପାଇଁ ବନ୍ଦ ରହିଲା ସର୍ଚ୍ଚ ଅପରେସନ । ପ୍ରବଳ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତ । ସେ କହିଛନ୍ତି କି, ପ୍ରବଳ ବର୍ଷା ସାଙ୍ଗକୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି । ଆସନ୍ତାକାଲି ସକାଳେ ପୁଣିଥରେ ଆରମ୍ଭ ହେବ ଉଦ୍ଧାର କାର୍ଯ୍ୟ ।

କହି ରଖୁଛୁ କି, ଶନିବାର ଅପରାହ୍ନରେ ଜରି ଏବଂ ବୋତଲ ଗୋଟାଉଥିବାବେଳେ ଭାସି ଯାଇଥିଲେ କେନ୍ଦୁଝର ଜିଲ୍ଲାର ଅନିଲ । ସେ ଭୁବନେଶ୍ବରରେ ରହି ନିଜର ପେଟ ପୋଷିବା ପାଇଁ ଏଭଳି ଜରି ଗୋଟାଉଥିବାବେଳେ ଅଳିଆ ଗଦା ଭିତରେ ବର୍ଷା ପାଣିରେ ଭାସି ଯାଇଥିଲେ । ବାଣୀବିହାର ନିକଟରେ ସେ ଭାସିଯାଇଥିବାବେଳେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ମାତ୍ର ଟ୍ରିପ୍ ଟ୍ରପି୍ ଅଳିଆ ପଡ଼ି ରହିଥିବାବେଳେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।