​​​​​​​ରେମୁଣା, ୧୯।୯: ଅନଲାଇନରେ ରାତିସାରା ଗେମ୍ ଖେଳିଲେ । ଆଉ ସକାଳେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ରେମୁଣା ଅଞ୍ଚଳରେ ଶୁକ୍ରବାର ଜଣେ ଯୁବକ ବେକରେ ଲୁଗା ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିବା ସୂଚନା । ସକାଳେ ଘର ଲୋକେ ଦେଖି କାନ୍ଦ ବୋବାଳି ପକାଇବାରୁ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ମୃତ ଯୁବକ ଜଣକ ଥାନା ସମ୍ମୁଖ ପୃରୁଷୋତ୍ତମପୁର ଗ୍ରାମର ରଜନୀକାନ୍ତ ପତିଙ୍କ ପୁଅ ୨୫ ବର୍ଷୀୟ ଦେବଜ୍ୟୋତି ବୋଲି ଜଣାପଡ଼ିଛି ।  

ପୁଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରିବା ସହ ପଞ୍ଚମା ପାଇଁ ବାଲେଶ୍ୱର ଡାକ୍ତରଖାନା ପଠାଇଛି । ପୁଅ ରାତିସାରା ମୋବାଇଲରେ କେଉଁ କେଉଁ ଗେମ୍ ଖେଳେ ସେ ବିଷୟ ଦେବଜ୍ୟୋତିଙ୍କ ବାପା ରଜନୀକାନ୍ତଙ୍କ ଜାଣିନଥିବା କହିଛନ୍ତି । କିନ୍ତୁ, ଦେବଜ୍ୟୋତି ଫୋନରେ ଖେଳୁଥିବା ଗେମ୍‌ ବିଷୟରେ ସାଙ୍ଗମାନଙ୍କଠାରୁ ଏ ସମ୍ପର୍କରେ ସୂଚନା ମିଳିଛି । ଥାନାରେ ୨୭/୨୫ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଏଏଶ୍‌ଆଇ ଚାମରୁ ମାଝୀ ପ୍ରକାଶ କରିଛନ୍ତି ।