ହରଭଙ୍ଗା,୩୦/୧୧: ସାରା ଭାରତ ବର୍ଷରେ ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ'ଙ୍କ ଯୁବଶକ୍ତିଙ୍କ ପ୍ରତିଭା ପାଇଁ ସାଂସଦ ଖେଳ ମହୋତ୍ସବ ପାଳିତ ହେଊଛି। ଜୁନିୟର ଓ ସିନିୟର ଦୁଇ ଭାଗରେ ଖେଳ ହେଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପୁରୁଣାକଟକ ମିନି ଷ୍ଟାଡିୟମ, ଲୁଣିବାହାଲ ଓ ଭୈରବୀ ଡିଗ୍ରୀ କଲେଜ ଖେଳ ପଡ଼ିଆରେ ହରଭଙ୍ଗା ବ୍ଲକ ସାଂସଦ ଖେଳ ମହୋତ୍ସବରେ ସଂସାଦଙ୍କ ପ୍ରତିନିଧି ସୁବାସ ପ୍ରଧାନଙ୍କ ତତ୍ଵାବଧାନରେ ୫ଦିନ ଧରି ଖେଳ ଅନୁଷ୍ଠିତ ହେଊଛି। ଏହି ଖେଳ ମହୋତ୍ସବରେ ଭଲି, କ୍ରିକେଟ, ଫୁଟବଲ, ପୁଚି, କବାଡ଼ି, ବ୍ୟାଡ୍ ମିଟନ, ଖୋକୋ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଲି ଖେଳରେ ୮ ଟି ଦଳ ପୁରୁଷ ଓ

୨ ଟି ଦଳ ବାଳିକା, କ୍ରିକେଟରେ ୨୪ ଟି ସିନିଅର ଓ ୮ ଟି ଜୁନିଅର ଦଳ, ଫୁଟବଲରେ ୨୪ ଟି ପୁରୁଷ ଦଳ ଓ ୨ ଟି ବାଳିକା ଦଳ ସହିତ ପୁଚିରେ ୧୦୦ ଜଣ ଭାଗ ନେଇଥିଲେ। ସେହିପରି କବାଡ଼ି ଖେଳରେ ୮ ଟି ଦଳ ପୁରୁଷ ଓ ୬ ଟି ବାଳିକା ଦଳ, ଚେସରେ ୬ ଟି ଦଳ ଏବଂ ବ୍ୟାଡ୍ ମିଟନରେ ସାତଟି ଦଳ ଭାଗ ନେଇଛନ୍ତି।

ଏହି ସଂସଦୀୟ ଖେଳ ମହୋତ୍ସବରେ ୨୯୦୦ ଖେଳାଳୀ ପଞ୍ଜିକରଣ କରିଥିବା ବେଳେ ୧୪ ଶହରୁ ଉର୍ଦ୍ଧ୍ବ ଖେଳାଳି ଭାଗ ନେଇଥିଲେ। ଆଜି ରବିବାର ମହୋତ୍ସବ ଖେଳର ଅନ୍ତିମ ଦିବସ ବା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କ ପ୍ରତିନିଧି ବରିଷ୍ଠ ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନ, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ଉଦଘାଟିତ କରିବା ସହିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଆଜି ଉଦଯାପନୀ ଦିବସ ବା ଫାଇନାଲ ମ୍ୟାଚରେ କ୍ରିକେଟରେ ଧଳପୁର, ଭଲିବଲ ପୁରୁଷରେ ପୁରୁଣାକଟକ, ମହିଳାରେ ବଡ଼ବନ୍ଧ ସ୍କୁଲ, ଜୁନିଅରରେ ମହିଳା ମଣିପୁର ସ୍କୁଲ, ଖୋକୋରେ ପୁରୁଷ ଭୈରବୀ ଡିଗ୍ରୀ କଲେଜ, ମହିଳା ବଡ଼ବନ୍ଧ ସ୍କୁଲ, କବାଡିରେ ଆଡ଼େଣି ଗଡ଼, ଚେସରେ ସିନିୟର ଓ ଜୁନିୟର ଦଳରେ ପୁରୁଣାକଟକ, ପୁଚିରେ ପ୍ରଥମ ଲୁଣିବାହାଲ ସରକାରୀ ୟୁ ପି ସ୍କୁଲ, ଦ୍ୱିତୀୟ ଓ ତୃତୀୟ ଖଣ୍ଡାହତା ୟୁ ପି ସ୍କୁଲ, ବ୍ୟାଡ୍ ମିଟନରେ ପୁରୁଷ ସିନିୟର ଜଣକିଆ ରାଜେଶ ଷଡ଼ଙ୍ଗୀ, ଦି ଜଣିଆ ରେ ସଂସ୍କାର ପଟ୍ଟନାୟକ ଓ ରୁନିତ ପ୍ରଧାନ, ଜୁନିଅରରେ ଜଣକିଆ ବିଭାଗରେ ତନ୍ମୟ ସାହୁ, ଦୁଇ ଜଣିଆ ବିଭାଗରେ ବୈଦ୍ୟନାଥ ହୋତା ଓ ଶକ୍ତି ରଞ୍ଜନ ଚାଉଳିଆ, ମହିଳା ଜଣକିଆ ବିଭାଗରେ କଳ୍ପନା ବେହେରା, ଦୁଇ ଜଣିଆରେ ଶ୍ୟାମଳୀ ଦୀପ ଓ ହଂସ ବିଜେତା ହୋଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।

ଉକ୍ତ ସମସ୍ତ ଟିମ ଓ ଖେଳାଳିଙ୍କୁ ଉଦଯାପନୀ ସନ୍ଧ୍ୟାରେ ସାଂସଦଙ୍କ ପ୍ରତିନିଧି ସୁବାସ ପ୍ରଧାନଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ସମ୍ମାନିତ ଭାବେ ବିଡ଼ିଓ ବିଜୟ କୁମାର ପ୍ରଧାନ ଉପସ୍ଥିତ ରହି ଟ୍ରଫି ଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ଖେଳରେ ପରିଚାଳନା କରିଥିବା ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସାଂସଦ ଖେଳ ପ୍ରତିଯୋଗିତା ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ଓଡିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ଆନ୍ତରିକତା, ଯୁବ ଶକ୍ତି ମନରେ ଆଗ୍ରହ ଜାଗ୍ରତ କରିଥିଲା।