ବୌଦ୍ଧ,୫। ୩: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। କର୍ମଚାରୀଙ୍କ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଏହି ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗ ବ୍ଲକ ପୁରୁଣା କଟକ ମେଡିକାଲ ପଛ ସାହିରେ ସୁବ୍ରତ ନାୟକଙ୍କ ସ୍ବାସ୍ଥ୍ ଖରାପ ହେବାରୁ ଚିକିତ୍ସା ପାଇଁ ଗୁରୁବାର ପୁରୁଣା କଟକ ମେଡ଼ିକାଲକୁ ଆସିଥିଲେ । ଡାକ୍ତର ତାଙ୍କୁ ଦେଖିବା ପରେ ଇଂଜେକ୍ସନ ଦେବାକୁ କହିଥିଲେ । ତାଙ୍କୁ ଇଂଜେକ୍ସନ ଦେବା ପରେ ସେ ଗୁରୁତର ହେବା ସହ ଶରୀର କଳା ପଡିଯାଇଥିଲା । ଏହାପରେ ସଙ୍ଗେସଙ୍ଗେ ସେଠାରୁ ତାଙ୍କୁ ବୌଦ୍ଧ ମେଡ଼ିକାଲକୁ ପଠା ଯାଇଥିଲା । ବୌଦ୍ଧ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।