ନୂଆଦିଲ୍ଲୀ, ୧୮।୨: ବୁଧବାର ଅନେକ ଦେଶରେ ୟୁଟ୍ୟୁବ୍ ଡାଉନ୍ ହୋଇଥିଲା । ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା ଓ ଦେଶର ବିଭିନ୍ନ ଦେଶରେ ୟୁଟ୍ୟୁବ୍ ୟୁଜର୍ସ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଲକ୍ଷ ଲକ୍ଷ ଲୋକ ୟୁଟ୍ୟବ୍‌ରେ ଭିଡିଓ ଖୋଲିବା ବେଳେ ଓ ୟୁଟ୍ୟୁବ୍ ସମ୍ୱନ୍ଧିତ ସେବା ବ୍ୟବହାର କରିବାରେ ସମସ୍ୟା ଦେଖାଇଥିଲା । ଗୁଗୁଲ୍ ଟିମ୍ ୟୁଟ୍ୟୁବ୍ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ପବ୍ଲିକ୍ ଷ୍ଟଟମେଣ୍ଟରେ ଏହି ସମସ୍ୟାକୁ ସ୍ୱୀକାର କରି କହିଛି, "ଆମେ ଜାଣିଛୁ ଯେ କିଛି ୟୁଜର୍ସ ଏବେ ଯୁଟ୍ୟୁବ ଆକ୍ସେସ୍ କରିବାରେ ସମସ୍ୟା ଭୋଗୁଛନ୍ତି । ଆମ ଟିମ୍ ଏହାକୁ ନଜରରେ ରଖିଛନ୍ତି ଏବଂ କୌଣସି ସୂଚନା ପାଇବା ମାତ୍ରେ ଆମେ ଅପଡେଟ୍ ପ୍ରଦାନ କରିବୁ ।" ପରେ ହେଲ୍ପ ପେଜ୍‌ରେ କହାଯାଇଛି ଯେ, "ଆମର ରେକମେଣ୍ଡେସନ୍ ସିଷ୍ଟମ୍‌ରେ ଏକ ସମସ୍ୟା ଯୋଗୁଁ ୟୁଟ୍ୟବ୍‌ର ବିଭିନ୍ନ ପେଜ୍‌ରେ ଯୁଟ୍ୟୁବ୍ ହୋମପେଜ୍, ଯୁଟ୍ୟୁବ ଆପ୍, ଯୁଟ୍ୟୁବ ମ୍ୟୁଜିକ୍ ଏବଂ ଯୁଟ୍ୟୁବ କିଡ୍ସରେ ଦେଖାଯାଉନଥିଲେ ।" ସେ ଆହୁରି କହିଥିଲେ "ହୋମପେଜ ଫେରି ଆସିଛି, କିନ୍ତୁ ପୁରା ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ଆମେ କାମ କରୁଛୁ ।" 

​​​​​​​ଏହା ବି ପଢ଼ନ୍ତୁ... ​​​​​​​ଭାରତ ସମେତ ଅନେକ ଦେଶରେ YouTube ଠପ୍‌ ; ଆପେ ଆପେ ଆକାଉଣ୍ଟ ହେଉଛି ଲଗ୍ଆଉଟ

ସାରା ବିଶ୍ୱରେ ବିଭ୍ରାଟ ଟ୍ରାକିଂ ୱେବସାଇଟ୍ ଡାଉନଡିଟେକ୍ଟର ଅଭିଯୋଗ ତୀବ୍ର ବୃଦ୍ଧି ପାଇଛି । କେବଳ ଯୁକ୍ତରାଷ୍ଟ୍ରରେ ୩ ଲକ୍ଷ ୨୦ହଜାରରୁ ଅଧିକ ୟୁଜର୍ସ ଏଭଳି ବିଭ୍ରାଟର ସମସ୍ୟା ସମ୍ପର୍କରେ ରିପୋର୍ଟ କରିଥିଲେ । ଭାରତରେ ମଧ୍ୟ ୧୯ ହଜାରରୁ ଅଧିକ ଅଭିଯୋଗ ଦାଖଲ ହୋଇଛି, ଯାହା ଦର୍ଶାଇଛି ଯେ ଏହା କେବଳ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ସମସ୍ୟା ନୁହେଁ, ବରଂ ସାରା ବିଶ୍ୱରେ ଘଟିଛି । ୟୁଜର୍ସ ଯୁଟ୍ୟୁବ ଆପ୍ ଓ ୱେବ୍‌ସା ଖୋଲିବା ସମୟରେ ତ୍ରୁଟି, ଭିଡିଓ ଚଲିବାରେ ଅସୁବିଧା ଉପୁଜିବା ଏବଂ “ସମ୍‌ଥିଙ୍ଗ୍ ୱେଣ୍ଟ ରଙ୍ଗ” ଭଳି ମେସେଜ୍‌ର ପୁନରାବୃତ୍ତି ହେଉଥିଲା । ୟୁଟ୍ୟୁବ୍ ଟିଭି ଏବଂ କିଛି ଅନ୍ୟାନ୍ୟ ଗୁଗୁଲ ସେବାରେ ମଧ୍ୟ ସମସ୍ୟା ବୃଦ୍ଧି ପାଇଥିଲା, ଯାହା ପ୍ରମାଣ କରୁଛି ଯେ, ଏହା ଏକ ବ୍ୟାପକ ପ୍ଲାଟଫର୍ମ-ସାଇଡ୍ ଇସ୍ୟୁ ଥିଲା । ଡାଉନଡିଟେକ୍ଟର ୟୁଜର୍ସ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଓ ଅନ୍ୟାନ୍ୟ ସଙ୍କେତ ଉପରେ ଆଧାର କରି ବିଭ୍ରାଟ ତଥ୍ୟ ସଂଗ୍ରହ କରେ, ଯାହା ସମସ୍ୟାର ଗମ୍ଭୀରତା ବୁଝିବାରେ ସାହାଯ୍ୟ କରେ । ସୋସିଆଲ ମିଡିଆରେ ୟୁଜର୍ସମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ରିପୋର୍ଟ କରୁଥିଲେ ।

ବୁଧବାର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ସମସ୍ୟା ଦେଖାଦେଇଥିଲା ଏବଂ ୟୁଜର୍ସମାନେ ଭିଡିଓ ଦେଖିପାରିଲେ ନାହିଁ । ଏହା ବ୍ୟତୀତ, ୟୁଜର୍ସମାନଙ୍କ ଆକାଉଣ୍ଟଗୁଡ଼ିକ ଆପେ ଆପେ ଭାବରେ ଲଗ୍ ଆଉଟ୍ ହେଉଛି । ଡାଉନଡିଟେକ୍ଟର ଅନୁଯାୟୀ, ଆମେରିକାରେ ପ୍ରାୟ ଆମେରିକାରେ ୫୬ ପ୍ରତିଶତ ୟୁଜର୍ସ ୟୁଟ୍ୟୁବ୍ ଆପ୍‌ରେ ଭିଡିଓ ଷ୍ଟ୍ରିମିଂ ଏବଂ ଆକାଉଣ୍ଟ ଲଗ୍ ଆଉଟ୍ କରିବାରେ, ୨୧ ପ୍ରତିଶତ ୟୁଟ୍ୟୁବ୍ ୱେବସାଇଟ୍‌ରେ ଏବଂ ୧୧ ପ୍ରତିଶତ ୟୁଟ୍ୟୁବ୍ ପ୍ଲାଟଫର୍ମରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।