ଢାକା : ବାଂଲାଦେଶରେ କ୍ଷମତା ପରିବର୍ତ୍ତନର ପର ଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ରହୁଛନ୍ତି। ମହମ୍ମଦ ୟୁନୁସ୍ ସରକାର ଭାରତରୁ ହସିନାଙ୍କୁ ପଠାଇବାକୁ ଅପିଲ କରୁଛନ୍ତି। ଏହି ମଧ୍ୟରେ ବାଂଲାଦେଶର ସରକାରୀ ଓକିଲ ଓ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣର ମୁଖ୍ୟ ଓକିଲ ମହମ୍ମଦ ତାଜୁଲ ହୁସୈନ କହିଛନ୍ତି ଯେ, ଶେଖ୍ ହସିନାଙ୍କୁ ବାଂଲାଦେଶ ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି ଏବଂ ତାଙ୍କ ବିରୋଧରେ ମୋକଦମା ମାସେ ବା ଦେଢ ମାସରୁ ଆରମ୍ଭ ହୋଇ ଯିବ। ହୁସୈନ କହିଛନ୍ତି ଯେ, ହସିନାଙ୍କ ବିରୋଧରେ କୌଣସି ସାଧାରଣ ହତ୍ୟା ମାମଲା ନାହିଁ। ଏହିପରି ବାଂଲାଦେଶ ଶେଖ ହସିନାଙ୍କୁ ଫେରେଇ ଆଣିବାକୁ ପ୍ରୟାସରେ ଲାଗି ପଡ଼ିଛି।

ମହମ୍ମଦ ତାଜୁଲ ହୁସୈନ କହିଛନ୍ତି ଯେ, ଇଣ୍ଟରପୋଲ ମାଧ୍ୟମରେ ହସିନାଙ୍କୁ ବାଂଲାଦେଶ ଫେରେଇ ଆଣିବାର ପ୍ରୟାସ ଚାଲିଛି। ସେ ଏହି ମାମଲାରେ ବାଂଲାଦେଶ ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ମଧ୍ୟ ସ୍ମରଣ କରାଇଛନ୍ତି। ତାଜୁଲ କହିଛନ୍ତି , ଆମେ ହସିନାଙ୍କ ସହ କିଛି ମହତ୍ତ୍ୱପୂର୍ଣ୍ଣ ମାମଲାର ଯାଞ୍ଚ ରିପୋର୍ଟ ମାର୍ଚ୍ଚ ସୁଦ୍ଧା ମିଳିବାର ଆଶା ରହିଛି। ଯଦି ଆମକୁ ଅଫିସିଆଲି ଭାବେ ରିପୋର୍ଟ ପ୍ରାପ୍ତ ହୋଇଯାଏ ତ ମାସେ ବା ଦେଢ ମାସ ଭିତରେ ପ୍ରକ୍ରିୟା ଆରମ୍ଭ ହୋଇଯିବ।
ଏବେ ଏହା କହିବା ସମ୍ଭବ ନୁହେଁ ଯେ, ଏହା କେବେ ସୁଦ୍ଧା ଚାଲିବ। କୋର୍ଟ କାଗଜପତ୍ରର ପରିମାଣ ଓ ସାକ୍ଷ୍ୟଙ୍କ ବୟାନ ଉପରେ ବିଚାର କରିବା ପରେ ଏହି ସମ୍ୱନ୍ଧରେ ନିର୍ଣ୍ଣୟ ନେବେ। ସେ କହିଛନ୍ତି ଯେ, ଆମ ପକ୍ଷରୁ ଆମେ ପରୀକ୍ଷଣ ପ୍ରକ୍ରିୟାକୁ ଯଥାଶୀଘ୍ର ଆଗକୁ ବଢାଇବାକୁ ପ୍ରୟାସ କରିବୁ। ନ୍ୟାୟାଧିକରଣର ଶୁଣାଣି ବିନା କୌଣସି ପ୍ରତିବନ୍ଧକରେ ଜାରି ରହିବ।
ଆନନ୍ଦ ବଜାର ପତ୍ରିକା ଅନୁସାରେ , ତାଜୁଲ ଦାବି କରିଛନ୍ତି ଯେ, ବାଂଲାଦେଶ ହସିନାଙ୍କ ମୋକଦମା ସମ୍ୱନ୍ଧିତ ମାମଲାରେ କୌଣସି ତରବରିଆ କାମ କରୁ ନାହାନ୍ତି। ଏହା ସ୍ଥିର କରାଯିବ ଯେ, ଏହି ସମ୍ୱନ୍ଧରେ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ଯେମିତି ପ୍ରଭାବିତ ନହେଉ। ତାଜୁଲ କହିଛନ୍ତି , ହସିନାଙ୍କୁ ଇଣ୍ଟରପୋଲ ଜରିଆରେ ଦେଶକୁ ଫେରେଇ ଆଣିବାକୁ ପ୍ରୟାସ କରାଯାଉଛି।

ବାଂଲାଦେଶର ଭାରତ ସହ କଏଦୀ ବିନିମୟ ଚୁକ୍ତିନାମା ଅଛି। ଅୱାମୀ ଲିଗ୍ ସରକାର ଏହା ଉପରେ ଦସ୍ତକ୍ଷତ କରିଛନ୍ତି। ସେ କହିଛନ୍ତି , ମୋର ଆଶା ଯେ, ଭାରତ ଏହି ଚୁକ୍ତିର ସର୍ତ୍ତ ଅନୁସାରେ, ଶେଖ ହସିନାଙ୍କୁ ଫେରେଇ ଦେବ। ହସିନାଙ୍କ ଉପରେ ଲାଗିଥିବା ଅଭିଯୋଗ ବିଷୟରେ ତାଜୁଲ ଆହୁରି କହିଛନ୍ତି , ଏହା କୌଣସି ସାଧାରଣ ହତ୍ୟା ମାମଲା ନୁହେଁ। ଏହା ମାନବତା ବିରୁଦ୍ଧ ଅପରାଧ। ଏହାର କ୍ଷେତ୍ରଫଳ ୫୬,୦୦୦ ବର୍ଗ ମାଇଲ। ଏଥିରେ ଦୁଇ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଆହତଙ୍କ ସଂଖ୍ୟା ୨୫,୦୦୦ରୁ ଅଧିକ।
ଉଲ୍ଲେଖନୀୟ ଯେ, ଗତ ବର୍ଷ ବାଂଲାଦେଶରେ ବଡ଼ ଧରଣର ଶେଖ୍ ହସିନା ସରକାରଙ୍କ ବିରୋଧରେ ଆନ୍ଦୋଳନ ହୋଇଥିଲା। ୫ ଅଗଷ୍ଟରେ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହାପରେ ସେ ଭାରତ ପଳାଇ ଆସି ଥିଲେ। ଏହାପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନିସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାରର ଗଠନ ହେଲା, କିନ୍ତୁ ୟୁନୁସ ସରକାରରେ ହିନ୍ଦୁଙ୍କ ବିରୋଧରେ ଖୁବ୍ ହିଂସାକାଣ୍ଡ ହେଉଛି।