ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସିକ୍ସର କିଙ୍ଗ ଯୁବରାଜ ସିଂଙ୍କ ଜନ୍ମଦିନ , ୨୦୧୯ରେ କ୍ରିକେଟରୁ ନେଇଥିଲେ ଅବସର

Published By : Anindita Ratha | December 12, 2024 8:36 AM

ନୂଆଦିଲ୍ଲୀ,୧୨/୧୨: ସିକ୍ସର କିଙ୍ଗ ଯୁବରାଜ ସିଂ। ଜର୍ସି ପିନ୍ଧି ପଡିଆକୁ ଆସିବା ମାତ୍ରେ ମନେ ପଡିଯାଏ ତାଙ୍କ ୬ ବଲ ୬ ଛକା କଥା । ଆକ୍ରମକ ବ୍ୟାଟିଂ ଓ ଜବରଦସ୍ତ ଫିଲ୍ଡିଂ କରି ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଖେଳାଳି ଭାରତୀୟ କ୍ରିକେଟ ଦଳର ବାମହାତୀ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ। ସେ ଆଜି ୪୩ ବର୍ଷରେ ପାଦ ଥାପିଛନ୍ତି । 

ତେବେ ୧୯୮୧ର ଆଜିର ଦିନରେ ଚଣ୍ଡିଗଡରେ ଜନ୍ମ ନେଇଥିଲେ  ଯୁବରାଜ । ୧୭ ବର୍ଷ ବୟସରେ ଦେଶ ପାଇଁ ଖେଳିବା ଆରମ୍ଭ କରିଥିଲେ । ଦିନ ଆସିଲା ଅଲରଉାଣ୍ଡର ଖେଳାଳି ଭାବେ ଦେଶକୁ ବିଶ୍ବକପ୍‌ ମଧ୍ୟ ଜିତାଇଥିଲେ ।  ସେ ତାଙ୍କ କ୍ୟାରିୟରରେ ୪୦୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିମଧ୍ୟରେ ୪୦ଟି ଟେଷ୍ଟ, ୩୦୪ଟି ଦିନିକିଆ ଓ ୫୮ଟି ଟି୨୦ ମ୍ୟାଚ୍‌ ସାମିଲ ରହିଛି । ତେବେ ଖାଲି ବ୍ୟାଟିଂ ନୁହେଁ ଯୁବରାଜ ଜଣେ ଭଲ ବୋଲର ମଧ୍ୟ । ତାଙ୍କ ନାମରେ ୧୪୮ ୱିକେଟ ରହିଛି । ୨୦୦୭ ଆଇସିସି ଟି-୨୦ ବିଶ୍ବକପ ବିଜୟରେ ଯୁବରାଜଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ଏହାସହ ୨୦୧୧ ବିଶ୍ବକପ ବିଜୟରେ ମଧ୍ୟ ତାଙ୍କ ପ୍ରଦର୍ଶନକୁ ଭୁଲି ନାହାନ୍ତି କ୍ରିକେଟ ପ୍ରେମୀ । 

୨୦୧୧ ବିଶ୍ବକପ୍‌ରେ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ୧୦ ଜୁନ୍‌ ୨୦୧୯ରେ ନିଜର ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିଲେ ଯୁବରାଜ ସିଂ । ମଣିଷ ଶରୀରରେ ସବୁଠୁ ବଡ ରୋଗ କୁହାଯାଉଥିବା କ୍ୟାନ୍ସର ବା କର୍କଟ ରୋଗକୁ ହରାଇଥିଲେ ଏହି ମହାନ ଖେଳାଳି । ସେହିପରି ୨୦୧୧ରେ ବିଶ୍ବକପ ସମୟରେ କ୍ୟାନ୍ସରରେ ପୀଡିତ ଥାଇ ବି ଖେଳିଥିଲେ । ପରବର୍ତ୍ତୀ ସମୟରେ କ୍ୟାନ୍ସରକୁ ମାତ ଦେଇ ଜୀବନଯୁଦ୍ଧରେ ଜିତିଥିଲେ ଯୁବରାଜ ।ସେହିପରି  ୨୦୧୯ ଜୁନ ୧୦ ତାରିଖରେ ହଠାତ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଯାହା ଅନେକ କ୍ରିକେଟ ଫ୍ୟାନଙ୍କୁ ନିରାଶ କରିଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.