ନୂଆଦିଲ୍ଲୀ ; ୨୧/ ୧ : ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ନିଜର ବୋଲିଂ ପାଇଁ ଯେତିକି ଚର୍ଚ୍ଚାରେ ରହିଥାନ୍ତି ବ୍ୟକ୍ତିଗତ ଜୀବନ ତାଙ୍କୁ ଆହୁରି ଖବରର ଶିରୋନାମା ପାଲଟିଥାଏ । ୨୦୨୦ ମସିହାରେ ଧନଶ୍ରୀ ବର୍ମାଙ୍କ ସହ ବିବାହ ଆଉ ୨୦୨୫ ମସିହାରେ ସେମାନଙ୍କ ଛାଡ଼ପତ୍ର ଗଣମାଧ୍ୟମରେ ହେଡଲାଇନ୍ ପାଲଟିଥିଲା । ଆଉ ପରେ ପରେ ଆରଜେ ମହଭାସଙ୍କ ସହ ତାଙ୍କ ସମ୍ପର୍କ ରହିଥିବା କୁହାଯାଇଥିଲା । ଏପରିକି ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ମଧ୍ୟ କୁହାଗଲା ।
ନିକଟରେ ଏକ ପୋଡକାଷ୍ଟରେ ନଜର ଆସିଥିଲେ ଚହଲ । ଯେଉଁଥିରେ ସେ କହିଥିବା ଏକ କଥା ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଚହଲ କହିଛନ୍ତି କି, ଆରଜେ ମହଭାସ କେବଳ ତାଙ୍କ ବନ୍ଧୁ ଯିଏକି, ତାଙ୍କ ଅସୁବିଧା ସମୟରେ ସାଥିରେ ରହିଥିଲେ । କିନ୍ତୁ ଏବେ ଉଭୟ ସୋସିଆଲ ମିଡିଆ ସାଇଟ୍ ଇନଷ୍ଟ୍ରାଗ୍ରାମରେ ଉଭୟ ଉଭୟଙ୍କୁ ଅନଫଲୋ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ପୂର୍ବରୁ ଅନେକ ସମୟରେ ଉଭୟ ଏକାଠି ନଜର ଆସିଥିଲେ । ଆଇପିଏଲ ସମୟରେ ହେତେବେଳେ ଚହଲ ଖେଳୁଥିଲେ ସେତେବେଳେ ସେ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚୁଥିଲେ । କେବଳ ଏତିକି ନୁହେଁ ଉଭୟ କେତେକ କାର୍ଯ୍ୟକ୍ରମରେ ମଧ୍ୟ ଏକାଠି ନଜର ଆସିଥିଲେ । ତେବେ ଉଭୟ ଯଦି ଭଲ ବନ୍ଧୁ ତାହେଲେ କାହିଁକି ଅନଫଲୋ କଲେ ଏହି ପ୍ରଶ୍ନର ଉତ୍ତର ରଖିନଥିଲେ ଚହଲ ।