ନୂଆଦିଲ୍ଲୀ,୧୯।୩: ଋଷ-ୟୁକ୍ରେନ୍ ଯୁଦ୍ଧରେ ଲାଗିଛି ବିରାମ। ୩୦ ଦିନିଆ ଅସ୍ତ୍ରବିରତି ନେଇ ନିକଟରେ ଦୁଇ ଦେଶ ସହମତି ପ୍ରକାଶ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଫେରିଛି ଶାନ୍ତି। ହେଲେ ଏବେ ଋଷ ବିରୋଧରେ ଜେଲେନସ୍କି ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ତାହା ହେଲା ୟୁକ୍ରେନ୍ ଉପରେ ପୁଣି ଆକ୍ରମଣ କରିଛନ୍ତି ଋଷ ସେନା।
ଅସ୍ତ୍ରବିରତି ସହମତି ପରେ ମଧ୍ୟ ଋଷ କରୁଛି ଆକ୍ରମଣ। ଏଭଳି ଅଭିଯୋଗ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି। ସେ କହିଛନ୍ତି ପୁଟିନ୍ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନାର କିଛି ସମୟ ପରେ ୟୁକ୍ରେନ୍ ଉପରେ ଆକ୍ରମଣ ହୋଇଛି। ଦେଶର ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ କରାଯାଇଛି ଟାର୍ଗେଟ। ସୁମିରେ ଥିବା ଏକ ହସ୍ପିଟାଲ ଉପରେ ମଧ୍ୟ ହୋଇଛି ହମଲା। ଅଧା ରାତିରେ ଏଭଳି ଆକ୍ରମଣ ଦ୍ବାରା ଆମର ଏନର୍ଜି ଇନଫ୍ରାଷ୍ଟକଚର ଓ ବଡ ବଡ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଋଷର ଏହି ଆକ୍ରମଣର ଅର୍ଥ ସେ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ନୁହେଁ।
ସେପଟେ ୟୁକ୍ରେନ୍ ବାୟୁସେନା କହିଛି ଋଷ ପକ୍ଷରୁ ୧୪୫ ଟି ଡ୍ରୋନ୍ ମାଡ଼ ହୋଇଛି। ତା ମଧ୍ୟରୁ ୭୨ଟି ଆମେ ନଷ୍ଟ କରିଛୁ। ୟୁକ୍ରେନ୍ର ଏହି ଅଭିଯୋଗ ପରେ କ୍ରେମାଲିନ୍ ପକ୍ଷରୁ କୁହାଯାଇଛି ପୁଟିନ୍ ୟୁକ୍ରେନ୍ର ପାଓ୍ବାର ଗ୍ରୀଡ୍ ଉପରେ ୩୦ ଦିନ ପାଇଁ ଆକ୍ରମଣ ରୋକିବାର ନିର୍ଦେଶ ଦେଇଛନ୍ତି। ଋଷ- ୟୁକ୍ରେନ୍ ବୁଧବାର ସଦ୍ଭାବନାର ସଙ୍କେତ ଦେବା ପାଇଁ ୧୭୫ କଏଦୀଙ୍କୁ ଅଦଳ ବଦଳ କରାଯାଇଛି। ଏହାପରେ ମିଡିଲ ଇଷ୍ଟରେ ଆଗାମୀ ସ୍ଥିତି ନେଇ ଖୁବ୍ ଶୀଘ୍ର ଆଲୋଚନା ହେବ।