ନୂଆଦିଲ୍ଲୀ,୨୪।୧୦: ପାର୍ବଣ ଋତୁରେ ଅନଲାଇନ ଖାଦ୍ୟ ଅର୍ଡର କରିବା ପାଇଁ ଆପଣଙ୍କୁ ଅଧିକ ପ୍ଲାଟଫର୍ମ ଫି ଦେବାକୁ ପଡିବ ।ଉଭୟ ଖାଦ୍ୟ ବିତରଣ ପ୍ଲାଟଫର୍ମ କମ୍ପାନୀ ଜୋମାଟୋ ଏବଂ ସ୍ବିଗି ପ୍ଲାଟଫର୍ମ ଫି’କୁ ବଢାଇ ଅର୍ଡର ପିଛା ୧୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସର୍ବପ୍ରଥମେ, ଜୋମାଟୋ ପ୍ଲାଟଫର୍ମ ଫି ବୃଦ୍ଧି କରିବାକୁ ଘୋଷଣା କରିଥିଲା। ଯାହା ପରେ ସ୍ବିଗି ପ୍ଲାଟଫର୍ମ ଫି ମଧ୍ୟ ବୃଦ୍ଧି କରିଛି।
ବୁଧବାର ଦିନ, ଷ୍ଟକ୍ ଏକ୍ସଚେଞ୍ଜ ଜୋମାଟୋ ଠାରୁ ଫେଷ୍ଟିଭ ସିଜିନ ଅନଲାଇନ୍ ଖାଦ୍ୟ ବିତରଣରେ ବୃଦ୍ଧି ହେବା ପରେ ପ୍ଲାଟଫର୍ମ ଫି ୧୦ଟଙ୍କା ବୃଦ୍ଧି ହେବାର ମିଡିଆ ରିପୋର୍ଟ ଆସିବା ପରେ ସେ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲା। ଜୋମାଟୋ ଏକ ଲିଷ୍ଟେଡ କମ୍ପାନୀ ହୋଇଥିବାରୁ ଏଥିରୁ ସ୍ପଷ୍ଟୀକରଣ ନିଆଯାଇଥିଲା। ୨୪ ଅକ୍ଟୋବର ୨୦୨୪ ଗୁରୁବାର ଦିନ ଜୋମାଟୋ ଷ୍ଟକ୍ ଏକ୍ସଚେଞ୍ଜରେ ଦାଖଲ ହୋଇଥିବା ଏକ ରେଗୁଲେଟରୀ ଫାଇଲିଂରେ କହିଛନ୍ତି ଯେ ଏହା ଏକ ଗୁଜବ ନୁହେଁ। ଜୋମାଟୋ ମୋବାଇଲ ଆପ୍ରେ ଏହା ଉଲ୍ଲେଖ ରହିଛି, ଯାହା ସର୍ବସାଧାରଣରେ ଉପଲବ୍ଧ ଏବଂ ଏହାକୁ କେହି ଦେଖିପାରିବେ |
ଜୋମାଟୋ କହିଛନ୍ତି ଯେ, ୨୩ ଅକ୍ଟୋବରରେ ଆମେ କେତେକ ସହରରେ ପ୍ଲାଟଫର୍ମ ଫି ବୃଦ୍ଧି କରିଛୁ। କମ୍ପାନୀ କହିଛି ଯେ ଏଭଳି ପରିବର୍ତ୍ତନ ନିତିଦିନିଆ ବ୍ୟବସାୟର ବିଷୟ ଏବଂ କମ୍ପାନୀ ସମୟ ସମୟରେ ଏପରି ନିଷ୍ପତ୍ତି ନିଏ। କମ୍ପାନୀ କହିଛି ଯେ ପ୍ଲାଟଫର୍ମ ଫି ଗୋଟିଏ ସହରରୁ ଅନ୍ୟ ସହରରେ ଭିନ୍ନ ହୋଇପାରେ।
ପୂର୍ବରୁ ଜୋମାଟୋ ଅର୍ଡର ପିଛା ୬ ଟଙ୍କା ଚାର୍ଜ କରୁଥିବାବେଳେ ବର୍ତ୍ତମାନ କମ୍ପାନୀ ଏହାକୁ ଅର୍ଡର ପିଛା ୧୦ ଟଙ୍କାକୁ ବୃଦ୍ଧି କରିଛି। ସ୍ବିଗି ପୂର୍ବରୁ ପ୍ଲାଟଫର୍ମ ଫି ଭାବରେ ୭ ଟଙ୍କା ଚାର୍ଜ କରୁଥିଲା, ଯାହା କମ୍ପାନୀ ଅର୍ଡର ପିଛା ୧୦ ଟଙ୍କାକୁ ବୃଦ୍ଧି ପାଇଛି। ଜୋମାଟୋ କହିଛନ୍ତି ଯେ ପ୍ଲାଟଫର୍ମ ଫି ବୃଦ୍ଧି ତୁରନ୍ତ ନିଷ୍ପତ୍ତି ଅଟେ। ଯାହା ପାର୍ବଣ ଋତୁରେ ଅର୍ଡରଗୁଡିକର ବୃଦ୍ଧି ପାଇଁ ପରିଚାଳନା କରାଯାଇଛି। କମ୍ପାନୀ କହିଛି, ଏହି ଫି’ ଜୋମାଟୋକୁ ଏହାର ବିଲ ପୈଠ କରିବାରେ ସାହାଯ୍ୟ କରିବ।