ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ୧୯ ସେପ୍ଟେମ୍ବର ୨୦୨୫ରେ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ହଜାର ହଜାର ଲୋକ ଆସାମର ରାସ୍ତାକୁ ଓହ୍ଲାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁଲିସ ବର୍ତ୍ତମାନ ତାଙ୍କ ମୃତ୍ୟୁର ତଦନ୍ତ କରୁଛି। ଗାୟକଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ, ଜଣେ ଆସାମୀ ଚଳଚ୍ଚିତ୍ର ନିର୍ମାତା ଜୁବୀନ ଗର୍ଗଙ୍କ ଚଳଚ୍ଚିତ୍ରର ରିଲିଜ ତାରିଖ ଘୋଷଣା କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା ରାଜେଶ ଭୂୟାଁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରୋଇ ରୋଇ ବିନାଲେ’ ବିଷୟରେ କହିଛନ୍ତି ଏହା ଜୁବୀନ ଗର୍ଗଙ୍କ ବ୍ୟକ୍ତିଗତ ଉଦ୍ୟମ ଥିଲା।
ଏହି ଚଳଚ୍ଚିତ୍ରଟି ଗାୟକଙ୍କ ମୂଳ ସ୍ୱରରେ ରେକର୍ଡ କରାଯିବ। ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଅକ୍ଟୋବର ୩୧ ତାରିଖରେ ସିନେମା ହଲରେ ରିଲିଜ ହେବ । ଏହି ଚଳଚ୍ଚିତ୍ରଟି ଜୁବୀନଙ୍କ ଦ୍ୱାରା ଲିଖିତ। ଚଳଚ୍ଚିତ୍ର ନିର୍ମାତା ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରଟି ଗତ ତିନି ବର୍ଷ ଧରି ନିର୍ମାଣାଧୀନ ଥିଲା ଏବଂ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି। ଜୁବୀନ ଫିଲ୍ମଟି ଅକ୍ଟୋବର ୩୧ ତାରିଖରେ ମୁକ୍ତିଲାଭ କରିବାକୁ ଚାହୁଁଥିଲେ । ତେଣୁ ସେହି ତାରିଖରେ ମୁକ୍ତିଲାଭ ତାରିଖ ରହିବ।
କେବଳ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ କାମ ବାକି ଥିଲା । ଚଳଚ୍ଚିତ୍ର ନିର୍ମାତା ଆହୁରି କହିଛନ୍ତି ଯେ, ଏହି ଚଳଚ୍ଚିତ୍ରଟି କେବଳ ଆସାମରେ ନୁହେଁ, ସାରା ଦେଶରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ପାଇଁ ଜୁବୀନ ଗୀତ ମଧ୍ୟ ଲେଖିଛନ୍ତି। ଜୁବୀନ ଗର୍ଗଙ୍କ ସ୍ୱର ପ୍ରାୟ ୮୦-୯୦ ପ୍ରତିଶତ ସ୍ପଷ୍ଟ । ଏହାକୁ ଲାପେଲ୍ ମାଇକ୍ ବ୍ୟବହାର କରି ରେକର୍ଡ କରିଯାଇଛି । ଏହି ଚଳଚ୍ଚିତ୍ର ଗାୟକଙ୍କ ପ୍ରଶଂସକଙ୍କ ପାଇଁ ଏକ ଚମତ୍କାର ଉପହାର ହେବ । ସେମାନଙ୍କୁ ଜୁବୀନଙ୍କ ସ୍ୱର ଶୁଣିବାର ସୁଯୋଗ ମିଳିବ।