ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଧା ରହିଗଲା ଜୁକରବର୍ଗଙ୍କ ସ୍ୱପ୍ନ, ମହୁମାଛିଙ୍କ ଯୋଗୁ ଅଟକିଲା ବଡ ପ୍ରୋଜେକ୍ଟ

Published By : Krishna Priya | November 13, 2024 8:55 AM

ନୂଆଦିଲ୍ଲୀ ୧୩/୧୧: ମହୁମାଛିଙ୍କ ଯୋଗୁ ମାର୍କ ଜୁକରବର୍ଗଙ୍କର ଏକ ବଡ଼ ଯୋଜନା ଅଟକିଛି । ସେ ଆମେରିକାର ଏଭଳି ଏକ ସ୍ଥାନରେ ଏଆଇ ଡାଟା ସେଣ୍ଟର୍‌ ସ୍ଥାପନ କରିବାକୁ ଯାଉଥିଲେ, ଯେଉଁଠି ସହଜରେ ପରମାଣୁ ଶକ୍ତି ମିଳିପାରିବ । କିନ୍ତୁ ଉକ୍ତ ସ୍ଥାନରେ ମହୁମାଛିଙ୍କର ଏକ ଦୁର୍ଲଭ ପ୍ରଜାତି ମିଳିଛି । ମେଟା ସିଇଓ ଜୁକରବର୍ଗ ଜଣେ ନ୍ୟୁକ୍ଲିୟର ପାୱାର ଏନର୍ଜି ଅପରେଟରଙ୍କ ସହ ଏହି ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଥିଲେ । 

ରିପୋର୍ଟ ଅନୁସାରେ, ଜଣେ କର୍ମଚାରୀ କହିଲେ ଯେ ଏଣିକି ଏହି ପ୍ରୋଜେକ୍ଟରେ ଆଗକୁ ବଢ଼ିବା ମୁସ୍କିଲ । କାରଣ ସେଠାରେ ଦୁର୍ଲଭ ପ୍ରଜାତିର ମହୁମାଛି ଆବିଷ୍କୃତ ହୋଇଛନ୍ତି । ଏହା ଯୋଗୁ କମ୍ପାନିକୁ ଅନେକ ନିୟମାବଳୀ ପାଳନ କରିବାକୁ ପଡ଼ିବ । ଜୁକରବର୍ଗଙ୍କ ଅନୁସାରେ, ଯଦି ଏହି ଚୁକ୍ତି ଆଗକୁ ବଢ଼ିଥାନ୍ତା ତେବେ ମେଟା ପାଖରେ ପ୍ରଥମ ପରମାଣୁ ଉର୍ଜା ଦ୍ୱାରା ପରିଚାଳିତ ଏଆଇ ଡାଟା ସେଣ୍ଟର୍‌ ଥାନ୍ତା । ଯଦି କମ୍ପାନି ଏହାର କୌଣସି ବିକଳ୍ପ ମାର୍ଗ ଖୋଜିପାରିବ, ତେବେ ଏହି ପରିଯୋଜନା ସତରେ ରୂପାନ୍ତରିତ ହୋଇପାରିବ । କମ୍ପାନିକୁ ଏ ମାମଲାରେ ଆଗକୁ ବଢ଼ିବାକୁ ପଡ଼ିବ, କାରଣ ତାଙ୍କ ପ୍ରତିଯୋଗୀମାନେ ମଧ୍ୟ ପରମାଣୁ ଶକ୍ତିରେ ନିବେଶ କରୁଛନ୍ତି ବୋଲି ସେ କହିଛନ୍ତି । 

ଗୁଗଲ୍‌ ୨୦୩୦ ମସିହାରୁ ଆରମ୍ଭ ହେବାକୁ ଯାଉଥିବା ନିଜର ଡାଟା ସେଣ୍ଟର୍‌କୁ ବିଜୁଳି ଯୋଗାଣ ଲାଗି ୭ କ୍ଷୁଦ୍ର ନ୍ୟୁକ୍ଳିୟର ପାୱାର ପ୍ଲାଣ୍ଟ୍‌ ସ୍ଥାପନ ବିଷୟରେ ଘୋଷଣା କରିଛି । ପରମାଣୁ ରିଆକ୍ଟର ନିର୍ମାଣ ଲାଗି ଷ୍ଟାର୍ଟଅପ୍‌ କାରୋସ ପାୱାର ସହ ମିଶି ଏହା କାମ ଆରମ୍ଭ କରିସାରିଛି । ଆମାଜନ୍‌ ଓ ମାଇକ୍ରୋସଫ୍ଟ ମଧ୍ୟ ଏ କ୍ଷେତ୍ରରେ କାମ ଆରମ୍ଭ କରିଦେଇଛନ୍ତି । ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସମ୍ବନ୍ଧୀୟ କାମ ପୂରା କରିବା ଲାଗି ଏଆଇ ଡାଟା ସେଣ୍ଟର୍‌ ନିର୍ମାଣ କରାଯାଏ । ଏଠାରେ ବ୍ୟାପକ ସ୍ତରୀୟ କମ୍ପ୍ୟୁଟିଙ୍ଗ ସିଷ୍ଟମ୍‌ ଥାଏ । ଜିଟିଳ ମେସିନ୍‌ ଲର୍ନିଂ ମଡେଲ, ଆଲ୍‌ଗୋରିଦମ୍‌ ପ୍ରସ୍ତୁତି ଓ ବ୍ୟବହାର ଲାଗି ଏହି କମ୍ପ୍ୟୁଟିଙ୍ଗ୍‌ର ଉପଯୋଗ କରାଯାଏ । ଏଆଇ ଡାଟା ସେଣ୍ଟର୍‌ରେ ଉଚ୍ଚ-ପ୍ରଦର୍ଶନକାରୀ ସର୍ଭର, ଷ୍ଟୋରେଜ୍‌ ସିଷ୍ଟମ୍‌, ନେଟ୍‌ୱର୍କିଂ ଇନ୍‌ଫ୍ରାଷ୍ଟକଚର ଆଦି ଥାଏ । ତେଣୁ ଏଥିପାଇଁ ଅଧିକ ବଦ୍ୟୁତ୍‌ ଶକ୍ତି ଆବଶ୍ୟକ ହୁଏ । ଏହି ଆବଶ୍ୟକତା ପୂରଣ ଲାଗି କମ୍ପାନିଗୁଡ଼ିକ କ୍ଷୁଦ୍ର ପରମାଣୁ ପ୍ଲାଣ୍ଟ୍‌ ପ୍ରସ୍ତୁତ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.