ପ୍ରମୁଖ ଖବର
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଚାଇନା ଇଞ୍ଜିନିୟରଙ୍କ ହତ୍ୟାରେ ଖପ୍ପା ଡ୍ରାଗନ୍‌, ଚୀନର ଆଉ ଏକ କମ୍ପାନୀ ପାକିସ୍ତାନରେ ବନ୍ଦ କଲା କାମ

ଇସଲାମାବାଦ :  ପାକିସ୍ତାନ ଉପରେ ଖପ୍ପା ଚାଇନା । ପାକ୍‌ ବିରୋଧରେ ଚାଇନାରୁ ଉଠିଲା ତୀବ୍ର ସ୍ୱର। ପାକିସ୍ତାନ ଆଉ ଚାଇନା ନାଗରିକଙ୍କ ପାଇଁ ସୁରକ୍ଷିତ ନୁହେଁ। ଏକଥା କହିଛି ଚୀନ୍‌। ପାକିସ୍ତାନର ଖୈବର ପଖତୁନଖ୍ୟାରେ ଏକ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ୫ଜଣ ଚାଇନା ନାଗରିକଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ ଚୀନର ଏକ କମ୍ପାନୀ ଉକ୍ତ ଅଶାନ୍ତ ଅଞ୍ଚଳରେ ଆଉ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ରୋକ୍‌ ଲଗେଇଛି ଏବଂ ଶହ ଶହ ଶ୍ରମିକଙ୍କୁ କାମରୁ ହଟେଇ ଦେଇଛି। 

ଗୁରୁବାର ମିଡ଼ିଆରେ ଆସିଥିବା ଖବରରେ ଏହି ସୂଚନା ଦିଆ ଯାଇଛି। ମଙ୍ଗଳବାର ଖୈବର ପଖତୁନଖ୍ୟାର ଏକ ଅଞ୍ଚଳରେ ବିସ୍ଫୋରକ ଲଦା ଗୋଟିଏ ଗାଡ଼ି , ଏକ ବସ୍‌ ସହ ଧକ୍କା ହୋଇଥିଲା। ଯାହାଦ୍ୱାରା ଏଥିରେ ବସି ଥିବା ଦାସୁ ଜଳବିଦ୍ୟୁତ୍‌ ପ୍ରକଳ୍ପରେ କାମ କରୁଥିବା ୫ ଜଣ ଚାଇନା ନାଗରିକଙ୍କ ସହ ୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। 

କୌଣସି ଆତଙ୍କୀ ସଙ୍ଗଠନ ଏହି ଆତ୍ମଘାତୀ ହମଲାରେ ନିଜକୁ ଦାୟୀ କରି ନାହାନ୍ତି। ଡନ୍‌ ଖବର କାଗଜ ସରକାରୀ ସୂତ୍ରାନୁସାରେ ନିଜ ଖବରରେ କହିଛି, ଚାଇନା କମ୍ପାନୀ ପାୱର କଷ୍ଟ୍ରକ୍ସନ କର୍ପୋରେସନ ଅଫ୍‌ ଚୀନ୍‌ ( ପିସିସିସି) ଶାଙ୍ଗଲା ଜିଲ୍ଲାରେ ଆତ୍ମଘାତୀ ହମଲାରେ , ଚାଇନା ନାଗରିକଙ୍କ ମୃତ୍ୟୁ ପରେ ପ୍ରାନ୍ତର ସ୍ୱାବି ଜିଲ୍ଲାରେ ଥିବା ତାରବେଲା ଜଳବିଦ୍ୟୁତ୍‌ ବିସ୍ତୃତ ପ୍ରକଳ୍ପର ନିର୍ମାଣ ସମ୍ୱନ୍ଧୀୟ କାର୍ଯ୍ୟକୁ ବନ୍ଦ କରି ଦେଇଛି। 

ଏଠାରେ  କମ୍ପାନୀ  ୨ହଜାରରୁ ଅଧିକ ଶ୍ରମିକଙ୍କ କାମରୁ ହଟେଇ ଦେଇଛି। ଖବର ମୁତାବିକ , କମ୍ପାନୀର ପ୍ରକଳ୍ପ ପ୍ରବନ୍ଧକ ଏକ ଆଦେଶ ଜାରି କରି କାର୍ଯ୍ୟ ସ୍ଥଗିତ କରାଯିବାକୁ ଘୋଷଣା କରିଛନ୍ତି ଏବଂ କହିଛନ୍ତି ସୁରକ୍ଷା କାରଣରୁ ଆଗାମୀ ଆଦେଶ ଆସିବା ଯାଏ ସବୁ କର୍ମଚାରୀ ଓ ଶ୍ରମିକଙ୍କୁ ହଟାଇ ଦିଆ ଯାଇଛି। 

କହି ରଖୁଛୁ କି, ପାକିସ୍ତାନର ଖୈବର ପଖତୁନଖ୍ୟା ପ୍ରାନ୍ତର ଶାଙ୍ଗଲା ଜିଲ୍ଲାର ବେଶମ ସହରରେ ଏକ ଏକ୍ସର୍ଟ ଉପରେ ହମଲାରେ ୫ଜଣ ଚାଇନା ଓ ଜଣେ ସ୍ଥାନୀୟ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଚୀନ୍‌ରେ ଉକ୍ତ ଘଟଣାକୁ ନେଇ ଗଭୀର ସ୍ୱର ଉଠିଛି। ପାକିସ୍ତାନ ସ୍ଥିତ ଚାଇନା ଦୂତାବାସ ଏକ ବୟାନରେ କହିଛି , ପାକିସ୍ତାନରେ ଚାଇନା ଦୂତାବାସ ଓ ବାଣିଜ୍ୟ ଦୂତାବାସ ଜରୁରିକାଳୀନ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ଏବଂ ପାକିସ୍ତାନୀ ପକ୍ଷରୁ ହମଲାର କଡ଼ା ଯାଞ୍ଚ କରିବା , ଦୋଷୀଙ୍କୁ କଠୋର ସଜା ଦେବା ତଥା ଚାଇନା ନାଗରିକଙ୍କ ସୁରକ୍ଷା ପାଇଁ ବ୍ୟାବହାରିକ ତଥା ପ୍ରଭାବୀ ଉପାୟର ଦାବି ଉଠାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.