ପ୍ରମୁଖ ଖବର
  • ଫିରିଙ୍ଗିଆ ପୋଲିସ ଦ୍ୱାରା ପୁଣି ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ପୁଣି ପୋଲିସକୁ ଚକମା ଦେଇ ଖସିଗଲେ ମାଫିଆ
  • ||
  • ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତଘାତରେ ମୃତ୍ୟୁ
  • ||
  • କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ
  • ||
  • ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ
  • ||
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ବର୍ଡର-ଗାଭାସ୍କର ଟ୍ରଫି କ୍ରୀଡ଼ାସୂଚୀ ଘୋଷିତ: ଏଣିକି ୫ ଟେଷ୍ଟ ବିଶିଷ୍ଟ ସିରିଜ, ଆଡିଲେଡ୍‌ରେ ଖେଳାଯିବ ଦିବା-ରାତ୍ର ଟେଷ୍ଟ

ମେଲବର୍ଣ୍ଣ,୨୮/୦୩: ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଚୂଡ଼ାନ୍ତ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । ଆସନ୍ତା ନଭେମ୍ବର ୨୨ରୁ ଟେଷ୍ଟ ସିରିଜ ଆରମ୍ଭ ହୋଇ ୨୦୨୫ ଜାନୁଆରୀ ମାସ ୭ ତାରିଖରେ ଶେଷ  ହେବ । ଫଳରେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଭାରତୀୟ  ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିବ । ଏଣିକି ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ୫ଟି  ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ଏହି ସିରିଜ ୪ମ୍ୟାଚ୍‌  ବିଶିଷ୍ଟ ରହିଥିଲା । ଶେଷ ଥର ପାଇଁ ୧୯୯୧/୯୨ରେ ଉଭୟ ଦଳ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ  ଖେଳାଯାଇଥିଲା । ଅଷ୍ଟ୍ରେଲିଆ  ୪-୦ରେ ଏହି ସିରିଜ ଜିତିଥିଲା । ମାତ୍ର ସେତେବେଳେ ଏହି ସିରିଜର ନାମ ବର୍ଡର-ଗାଭାସ୍କର ଟ୍ରଫି ନଥିଲା ।  

ପେସ୍‌ ବୋଲରଙ୍କ ସ୍ୱର୍ଗ ଭାବେ ପରିଚିତ ପର୍ଥରେ ପ୍ରଥମ ଟେଷ୍ଟ ଆୟୋଜନ କରାଯିବ । ନଭେମ୍ବର ୨୨ ତାରିଖରୁ ଏହି ଟେଷ୍ଟ ଆରମ୍ଭ ହେବ। ପର୍ଥରେ ନବ ନିର୍ମିତ ଅପ୍ଟସ ଷ୍ଟାଡ଼ିୟମ୍‌ ବର୍ତ୍ତମାନ ଅଷ୍ଟ୍ରେଲିଆର  ପ୍ରିୟ ଭେନ୍ୟୁ ଭାବେ ଗଣା ହେଉଛି । ଏହି ଗ୍ରାଉଣ୍ଡରେ  ଅଷ୍ଟ୍ରେଲିଆ ୪ଟି ଟେଷ୍ଟ ଖେଳିଛି ଓ ସମସ୍ତ ଟେଷ୍ଟ  ଜିତିଛି । ୨୦୧୮/୧୯ ସିଜନରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଖେଳାଯାଇଥିଲା ଓ ଅଷ୍ଟ୍ରେଲିଆ  ୧୪୬ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ମାତ୍ର ପରେ  ଭାରତ ୨-୧ରେ ସିରିଜ ବିଜୟୀ ହୋଇଥିଲା । ୨୦୨୦/୨୧ରେ ଏହି ଗ୍ରାଉଣ୍ଡ ବର୍ଡର-ଗାଭାସ୍କର ଟ୍ରଫି ଆୟୋଜନର ସୁଯୋଗ ପାଇ ନଥିଲା । 




ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ ପୂର୍ବରୁ  ସିରିଜର ପ୍ରଥମ ୩ଟି ଟେଷ୍ଟ ଶେଷ ହୋଇ ସାରିଥିବ । ଆଡିଲେଡ୍‌ରେ ଦ୍ୱିତୀୟ ଟେଷ୍ଟ ଓ ବ୍ରିସବେନ(ଗାବା) ରେ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ । ସିଡନୀ  ପାରମ୍ପରିକ ନୂଆ ବର୍ଷ ଟେଷ୍ଟ ଆୟୋଜନ କରିବ ।  ଆଡିଲେଡ୍‌ ଦିବା-ରାତ୍ର ଟେଷ୍ଟ ଆୟୋଜନ କରିବ । ଫଳରେ ପିଙ୍କ୍‌ ବଲ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ।


  


ସୂଚନାଯୋଗ୍ୟ, ଭାରତ ୨୦୧୭ରୁ ବର୍ଡର-ଗାଭାସ୍କର  ଟ୍ରଫି ବଜାୟ ରଖିଛି । ୨୦୧୮/୧୯ ଓ ୨୦୨୦/୨୧ ଗସ୍ତରେ  ଭାରତ ୨-୧ରେ ସିରିଜ ବିଜୟ ହାସଲ କରିଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.