ପ୍ରମୁଖ ଖବର
  • ବିଜେଡିର ଅଷ୍ଟମ ପ୍ରାର୍ଥୀ ତାଲିକା : ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ପ୍ରାର୍ଥୀ
  • ||
  • ଫିରିଙ୍ଗିଆ ପୋଲିସ ଦ୍ୱାରା ପୁଣି ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ପୁଣି ପୋଲିସକୁ ଚକମା ଦେଇ ଖସିଗଲେ ମାଫିଆ
  • ||
  • ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତଘାତରେ ମୃତ୍ୟୁ
  • ||
  • କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ
  • ||
  • ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ
  • ||
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ରାଜନୀତିକୁ ପୁଣି ଫେରିଲେ ଗୋବିନ୍ଦା, ମୁମ୍ବାଇ ନର୍ଥ-ଇଷ୍ଟରୁ ଲଢ଼ି ପାରନ୍ତି ନିର୍ବାଚନ

ମୁମ୍ବାଇ, ୨୮/୦୩: ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା ପୁଣି ଥରେ ରାଜନୀତିରେ ପାଦ ଥାପିଛନ୍ତି । ମାର୍ଚ୍ଚ ୨୮ ଗୁରୁବାର ଗୋବିନ୍ଦା ଶିବସେନାରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ସାମିଲ୍ ହୋଇଛନ୍ତି ।

ମୁମ୍ବାଇର ନର୍ଥ-ଇଷ୍ଟ ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ଗୋବିନ୍ଦା । ଏବେ ଉକ୍ତ ଆସନରୁ ଶିବସେନା ଉଦ୍ଧବ ଗୋଷ୍ଠୀ ଅମୋଲ କୀର୍ତ୍ତିକରଙ୍କୁ ପ୍ରାର୍ଥୀ କରିଛି । ବୁଧବାର ଗୋବିନ୍ଦା ପୂର୍ବତନ ବିଧାୟକ କୃଷ୍ଣା ହେଗଡ଼େଙ୍କୁ ଭେଟିବା ପରେ ସେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ତେଜିଥିଲା ।

ତେବେ ପ୍ରଥମଥର ଲାଗି ଗୋବିନ୍ଦା ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉ ନାହାନ୍ତି । ଏହା ପୂର୍ବରୁ ଗୋବିନ୍ଦା ୨୦୦୪ ମସିହାରେ କଂଗ୍ରେସ ଟିକେଟରୁ ମୁମ୍ବାଇର ଉତ୍ତର ଆସନରୁ ଲଢ଼ିଥିଲେ ଲୋକସଭା ନିର୍ବାଚନ । ସେତେବେଳେ ବିଜେପିର ରାମ ନାଇକଙ୍କୁ ୪୮ ହଜାର ୨୭୧ ଭୋଟରେ ହରାଇଥିଲେ ଗୋବିନ୍ଦା । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭା ସାଂସଦ ରହିଥିଲେ ସେ ।

ମହାରାଷ୍ଟ୍ରରେ ବିଜେପି, ଶିବସେନା ଓ ଏନସିପି ମେଣ୍ଟରେ ଲୋକସଭା ଆସନ ସିଟ୍ ସେୟାରିଂ ଫର୍ମୁଲା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୂତ୍ର ଅନୁସାରେ, ୪୮ ଆସନରୁ ବିଜେପି ୨୭, ଶିବସେନା ୧୪ ଓ ୫ଟିରେ ଅନସିପି ପ୍ରାର୍ଥୀ ଦେବ । ତେବେ ଏନେଇ ଅଧିକାରୀକ ଘୋଷଣା ହୋଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.