ପ୍ରମୁଖ ଖବର
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଆଇଏଲ୍‌ଓ ରିପୋର୍ଟ: ଭାରତରେ ବେକାରୀ ଚିତ୍ର ଚିନ୍ତାଜନକ, ମୋଟ ବେକାରୀଙ୍କ ମଧ୍ୟରେ ୮୩% ଯୁବପିଢ଼ି

ନୂଆଦିଲ୍ଲୀ, ୨୯/୦୩: ଭାରତରେ ନିଯୁକ୍ତି ଚିତ୍ର ଅତ୍ୟନ୍ତ ଚିନ୍ତାଜନକ । ଦୁଃଖର ବିଷୟ ହେଉଛି ମୋଟ ବେକାରି ସଂଖ୍ୟାରେ ସବୁଠାରୁ ଅଧିକ ହେଉଛନ୍ତି ଦେଶର ଯୁବପିଢ଼ି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାପଡ଼ିଛି । 

ରିପୋର୍ଟ ଅନୁସାରେ, ଦେଶର ମୋଟ ବେକାରି ସଂଖ୍ୟାରେ ୮୩% ଯୁବପିଢ଼ି । ୨୦୨୨ କ୍ୟାଲେଣ୍ଡର ବର୍ଷରେ ଦେଶରେ ମୋଟ ବେକାର ଯୁବପିଢ଼ିଙ୍କ ମଧ୍ୟରେ ଶିକ୍ଷିତଙ୍କ ସଂଖ୍ୟା ୬୫.୭%କୁ ବୃଦ୍ଧି ପାଇଛି, ଯାହାକି ୨୦୦୦ ମସିହାରେ ୩୫.୨% ଥିଲା । ଅର୍ଥାତ୍‌ ୨୦୦୦ରୁ ୨୦୨୨ ମଧ୍ୟରେ ଏଥିରେ ଦୁଇଗୁଣା ବୃଦ୍ଧି ଘଟିଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଯୁବପିଢ଼ି ମାଧ୍ୟମିକ କିମ୍ବା ଉଚ୍ଚ ଶିକ୍ଷା ଡିଗ୍ରୀଧାରୀ । ‘ଦ ଇଣ୍ଡିଆ ଏମ୍ପ୍ଲୟମେଣ୍ଟ ରିପୋର୍ଟ’କୁ ଆଇଏଲ୍‌ଓ ଏବଂ ମାନବ ବିକାଶ ସଂସ୍ଥାନ(ଆଇଏଚ୍‌ଡି) ପକ୍ଷରୁ ମିଳିତ ଭାବେ ଉନ୍ମୋଚିତ କରାଯାଇଛି ।

ବିଶେଷ କରି ସହରାଞ୍ଚଳରେ ଶିକ୍ଷିତ ଯୁବପିଢ଼ିଙ୍କ ନିକଟରେ ରୋଜଗାରର ଉତ୍ସ କମ୍‌ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁସାରେ, ୨୦୦୦ରୁ ୨୦୧୯ ମଧ୍ୟରେ ଯୁବ ବେକାରି ହାର ବୃଦ୍ଧି ପାଇଥିବାବେଳେ କରୋନା କାଳରେ ଏଥିରେ ହ୍ରାସ ଦେଖାଦେଇଛି । ୨୦୦୦ରୁ ୨୦୧୯ ମଧ୍ୟରେ ଯୁବ ବେକାରି ହାର ୫.୭%ରୁ ୧୭.୫%କୁ ବଢ଼ିଥିଲା, କିନ୍ତୁ ୨୦୨୨ରେ ଏହା ୧୨.୪%କୁ ଖସିଥିବା ଜଣାପଡ଼ିଛି । ଗ୍ରାଜୁଏଟ୍‌ ଡିଗ୍ରୀଧାରୀଙ୍କ ମଧ୍ୟରେ ଏହି ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳିଛି । ମହିଳାମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ୨୦୨୨ରେ ପୁରୁଷଙ୍କ ତୁଳନାରେ ୫ ଗୁଣା ଅଧିକ ମହିଳା ନିଯୁକ୍ତି, ଶିକ୍ଷା ଏବଂ ତାଲିମ ଆଦି କାର୍ଯ୍ୟରେ ନିୟୋଜିତ ନ ଥିଲେ । ନିଯୁକ୍ତି, ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ୪୮.୪% ପୁରୁଷ ନିୟୋଜିତ ଥିବାବେଳେ ମହିଳାଙ୍କ ସଂଖ୍ୟା ଥିଲା ମାତ୍ର ୯.୮% । 

ରିପୋର୍ଟକୁ ନେଇ ଦେଶର ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତୀୟ ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ତଥ୍ୟ ଦେଶର ନିଯୁକ୍ତି ହାରକୁ ନେଇ ଭିନ୍ନ ଛବି ଆଙ୍କୁଛି । ୬.୪ କୋଟି ଲୋକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ)ରେ ପଞ୍ଜୀକୃତ ହୋଇଛନ୍ତି । ଏହା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଆହୁରି ଅନେକ ଦେଶର ଜନସଂଖ୍ୟାଠାରୁ ଅଧିକ । ୩୪ କୋଟି ଟଙ୍କାର ମୁଦ୍ରା ଋଣ ବଡ଼ ମାତ୍ରାରେ ନିଯୁକ୍ତି ସମ୍ଭାବନା ସୃଷ୍ଟି କରୁଛି । ମୁଦ୍ରା ଋଣ ନେଇଥିବା ହିତାଧିକାରୀମାନେ ଏବେ ନିଯୁକ୍ତି ଆଶାୟୀ ନୁହେଁ ବରଂ ନିଯୁକ୍ତିଦାତା ପାଲଟିଛନ୍ତି ।

ଆଇଏଲ୍‌ଓ ରିପୋର୍ଟକୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଭାରତ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସିଗୁଡ଼ିକ ଉପରେ ଭରସା କରିଆସୁଛି କିନ୍ତୁ ଏହା ଏବେ ଘରୋଇ ଏଜେନ୍ସିଗୁଡ଼ିକର ଡାଟାକୁ ପ୍ରାଧାନ୍ୟ ଦେବା ଉଚିତ । ଘରୋଇ ଏଜେନ୍ସିଗୁଡ଼ିକର ତଥ୍ୟ ଉପରେ ଭରସା କରିବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.