ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ୍‌ : ୨୫ ଆହତ

Published By : Suraj Kumar | April 2, 2025 5:36 PM

ନୀଳଗିରୀ, ୨।୪ : ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ୍।  ୨୫ରୁ ଅଧିକ  ଯାତ୍ରୀ ଆହତ । ସେମାନଙ୍କ ମଧ୍ୟରୁ  ୧୫ ଜଣଙ୍କ ଅବସ୍ଥା  ଗୁରୁତର । ବାଲେଶ୍ୱର ଜିଲ୍ଲା ସେରଗଡ଼ ଉଦଳା ରାସ୍ତା ଭାଲୁକାଶୁଣି ଛକରେ ଦୁର୍ଘଟଣା ଘଟିଛି। 

ମାମା ନାମକ ଏକ ଘରୋଇ ବସ ବାଲେଶ୍ଵରରୁ ଯାତ୍ରୀଙ୍କୁ ନେଇ  ଉଦଳା ଯାଉଥିଲା। ବାଲେଶ୍ୱର ଜିଲ୍ଲା ସେରଗଡ଼ ଉଦଳା ରାସ୍ତା ଭାଲୁକାଶୁଣି ଛକରେ ସାମ୍ନା ପଟୁ ଆସୁଥିବା ଟ୍ରକ ସହିତ ଧକ୍କା ହୋଇ ଓଲଟି  ଯାଇଥିଲା। ଫଳରେ ୨୫ ଜଣରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ  ୧୫ ଜଣ ଗୁରୁତର ହୋଇଥିବା ଜଣାପଡିଛି। ପୋଲିସ ଓ ଦମକଳ ବାହିନୀ ଆସି ଘଟଣା ସ୍ଥଳରୁ ଯାତ୍ରୀଙ୍କୁ ଉଦ୍ଧାର କରି ନୀଳଗିରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.