ଭୁବନେଶ୍ୱର,୦୨/୦୮: ଶନିବାର ଚାଷୀଙ୍କୁ ମିଳିବ ପିଏମ କିଶାନ୍ ଯୋଜନା ଟଙ୍କା । ରାଜ୍ୟର ୩୪ ଲକ୍ଷ ୮୫ ହଜାର ୮୮୧ଜଣ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସପର ହେବ ୨ ହଜାର ଟଙ୍କା ।କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ବଣ୍ଟନ କରିବେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିବେ । ବର୍ଷକୁ ୬ ହଜାର ଟଙ୍କା ମିଳିବ ।
ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୨ଲକ୍ଷ ୪୩ ହଜାର ୬୯୪ ଜଣ ଚାଷୀ ଥିବାବେଳେ ମୟୂରଭଞ୍ଜ ଜିଲ୍ଲାରୁ ୨ଲକ୍ଷ ୪୨ ହଜାର ୧୧୫,ବଲାଙ୍ଗିରରୁ ୨ ଲକ୍ଷ ୪ହଜାର ୩୨୫ ଓ କେନ୍ଦୁଝରରୁ ୧ ଲକ୍ଷ ୮୧ହଜାର ୯୫୦ଟଙ୍କା ପିଏମ କିଷାନ ସହାୟତା ମିଳିବ । ଖୁସିର କଥା କି ଚଳିତଥର ଅତି ପ୍ରାଚୀନ ଜନଜାତିର ୨୭ ହଜାର ୫୪୮ଜଣଙ୍କୁ ପିଏମ୍ କିଷାନ ମିଳିବ । ପିଏମ୍ କିଷାନ ସହାୟତା ବାଣ୍ଟିବା ପାଇଁ ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମ୍ବଲପୁରରେ ମନ୍ତ୍ରୀ ରବି ନାରାୟଣ ନାଏକ, ବୌଦ୍ଧରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଅନୁଗୁଳରେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଢ଼େଙ୍କାନାଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମରେ ମନ୍ତ୍ରୀ ବିଭୁତିଭୂଷଣ ଜେନା, ବାରିପଦାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ଜଗତସିଂହପୁରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଯାଜପୁରରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ନୟାଗଡ଼ରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ କଟକରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ରହିବେ ।