ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏଆଇ ଭିଡିଓରେ ଫସିଲା ଆପ୍ ; ନିର୍ବାଚନ ପୂର୍ବରୁ ଡବଲ ଝଟକା, ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନାମରେ ଏଫଆଇଆର

Published By : Ankita S | January 14, 2025 11:53 AM

ନୂଆଦିଲ୍ଲୀ,୧୪/୧ : ଆପକୁ ଝଟକା । ଏଆଇ ଭିଡିଓରେ ଫସିଲା ଆମ୍ ଆଦମୀ ପାର୍ଟି ।  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ଥିବା ଘମାସାନ ଭିତରେ ଅଡୁଆରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । ନାମାଙ୍କନ ପୂର୍ରରୁ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଅସୁବିଧା ବଢିପାରେ । ତାଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ହୋଇଛି ।

ଆଚରଣ ବିଧ୍ ଉଲ୍ଲଘଂନ ଅଭିଯୋଗରେ ରିଟର୍ଣ୍ଣିଂ ଅଫସର ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ଏହାପୂର୍ବରୁ ଦିଲ୍ଲୀ ବିଜେପି ନେତା ପ୍ରବେଶ ବର୍ମା ଅଭିଯୋଗ ନେଇ ପୋଲିସ ପାଖରେ ପହଞ୍ଚିଥିଲେ । ତାଙ୍କ ନାମରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସେ ସରକରୀ ଗାଡି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଫଟୋ ଏବଂ ଭିଡିଓ ପୋଷ୍ଟ କରିବା ନେଇ ଆପ୍ ବିରୋଧରେ ବିଜେପି ଅଭିଯୋଗ ଆଣିଛି । ଦୁଇଟି ଅଲଗା ଅଲଗା ମାମଲାରେ ଆପକୁ ଝଟକା ଲାଗିଛି ।

ମୁଖ୍ୟମନ୍ତ୍ରୀ ଆତିଶଙ୍କ ନାମରେ ଏଫଆଇଆର- ନିର୍ବାଚନ କାର୍ଯ୍ୟ ପାଇଁ ସରକାରୀ ଗାଡି ବ୍ୟବହାର କରୁଥିବା ନେଇ ରିଟର୍ଣ୍ଣିଂ ଅଫସର ମାମଲା ଦାୟର କରିଛନ୍ତି । ଜାନୁଆରୀ ୭ ତାରିଖରେ ସେ ଘରୋଇ ନିର୍ବାଚନ କାର୍ଯ୍ୟାଳୟରେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ପିଡବ୍ଲୁଡିର ସରକାରୀ ଗାଡି ବ୍ୟବହରା କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଦିଲ୍ଲୀ ପୋଲିସ ବିଏନଏସ ଧାରା ୨୨୩ ଏ ଅଧୀନରେ ମାମଲା ରୁଜୁ କରିଛି । ଆଚରଣ ବିଧି ଉଲ୍ଲଘଂନ କରିଥିବା ନେଇ ଏଫଆଇଆର ହୋଇଛି ।

ପିଏମ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରିବା ନେଇ ଆପ୍ ବିରୋଧରେ ଅଭିଯୋଗ କରିଛି ବିଜେପି । ଦିଲ୍ଲୀ ନର୍ଥ ଏବନ୍ୟୁ ଥାନାରେ ଅଭିଯୋଗ ଆଣିଛି ବିଜେପି । ସୋସିଆଲ ମିଡିଆରେ ନିର୍ବାଚନୀ ପ୍ରଚାରେ ପୋଷ୍ଟ ହୋଇଥିବା ଭିଡିଓରେ ଏଆଇ ଟେକକ୍ନିକର ବ୍ୟବହାର ହୋଇଛି ବୋଲି ଅଭିଯୋଗ କରିଛି ଦିଲ୍ଲୀ ବିଜେପି ।

ଏହା ବି ପଢନ୍ତୁ...ନାମାଙ୍କନ ଦାଖଲ କରିପାରିଲେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ, ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲେ



ହାଇପ୍ରୋଫାଇଲ ଆସନ କାଲକାଜୀରୁ ବିଧାୟିକା ଆତିଶୀଙ୍କୁ ଟିକେଟ ଦେଇଛି ଆପ୍ । ତାଙ୍କ ବିରୋଧରେ ବିଜେପି କାଲକାଜୀରୁ ପୂର୍ବତନ ସାଂସଦ ରମେଶ ବିଧୁଡୀଙ୍କୁ ପ୍ରାର୍ଥୀ କରିଛି । ଆସନ୍ତା ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଫେବୃଆରୀ ୮ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ନିର୍ବାଚନରେ ବିଜେପି ଓ ଶାସକ ମଧ୍ୟରେ ଜୋରଦାର ଟକ୍କର ହେବା ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.