ନୂଆଦିଲ୍ଲୀ,୦୩/୦୮: 'ଅପରେସନ୍ ସିନ୍ଦୂର' ପରେ ପ୍ରଥମ ଥର କ୍ରିକେଟ୍ ପଡ଼ିଆରେ ହେବ ଲଢ଼େଇ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ । କ୍ରିକେଟ ଫିବରରେ କମ୍ପିବେ ଫ୍ୟାନ୍ସ  । ଜୋରଦାର ହେବ ମୁକାବିଲା । ଚୌକା-ଛକାରେ କମ୍ପିବ ଷ୍ଟାଡ଼ିୟମ । ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫ । ଏସିଆନ୍ କ୍ରିକେଟ୍ କାଉନ୍‌ସିଲ ଏ ନେଇ ଫୁଲ୍ ସିଡ୍ୟୁଲ ଘୋଷଣା କରିଛି । ସେପ୍ଚେମ୍ବର ୯ରୁ ୨୮ ଯାଏ ଏସିଆ କପ୍  ୟୁଏଇରେ ଖେଳାଯିବ । ଦୁବାଇ ଓ ଆବୁଧାବିରେ ସବୁ ମ୍ୟାଚ୍ ହେବ। ଆଫଗାନିସ୍ତାନ ଓ ହଙ୍କକଙ୍କ୍‌ ମଧ୍ୟରେ ଶେଖ୍ ଜାୟଜ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ୍ ମ୍ୟାଚ୍ ହେବ । ସେପ୍ଟେମ୍ବର ୨୮ରେ ଦୁବାଇରେ ଫାଇନାଲ ଫାଇଟ୍ ।

ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଚେମ୍ବର ୧୪ରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଚାଡିୟମରେ ଏହି ଲଢେଇ ହେବ । ଭାରତ-ପାକିସ୍ତାନ ଗ୍ରୁପ-ଏରେ ରହିଛନ୍ତି । ଏହା ସହିତ ୟୁଏଇ ଓ ଓମାନ ବି ଅଛନ୍ତି । ଯଦି ଭାରତ-ପାକିସ୍ତାନ ଗ୍ରୁପ ଷ୍ଟେଜ କ୍ୱାଲିଫାଏ କରୁଛନ୍ତି ତେବେ ଦ୍ବିତୀୟ ଥର ସେପ୍ଟେମ୍ବର ୨୧ରେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ଯଦି ଦୁଇ ଦଳ ଫାଇନାଲରେ ଏଣ୍ଟ୍ରୀ କରୁଛନ୍ତି ତେବେ ତୃତୀୟ ଥର ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇପାରନ୍ତି ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ -ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ପାରିମ୍ପରିକ ପ୍ରତିନ୍ଦ୍ବନ୍ଦୀ ଦଳର ମ୍ୟାଚକୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି । ଗ୍ରୁପ-ଏରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ରହିଛନ୍ତି । ସେହିପରି ଗ୍ରୁପ-ବିରେ ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ହକଂକଙ୍ଗ ରହିଛନ୍ତି । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୧୯ଟି ମ୍ୟାଚ ଖେଳାଯିବ ।