ନୀଳଗିରି,୧୧/୦୨:  ଗାଁ ଭିତରକୁ ପଶିଲା ବିରାଟ ଅଜଗର । ସାପ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ- ୪ କ୍ରୋମାଇଟ୍ ଗାଡ଼ି ଜବତ କଲା ସିଆଇଏସ‌ଏଫ

ନୀଳଗିରି ସହର ଉପଖଣ୍ଡ ସାନହତା ଗାଁରେ ଆଜି ଦିନ ୧୧ ଟା ସମୟରେ କିଛି ଗୋରୁ ଗାଈ ଭୟରେ ଦୌଡ଼ୁ ଥିବା ଦେଖିବାକୁ ଗ୍ରାମବାସୀ ପାଇଥିଲେ। ପାଖରେ ଏକ ବିରାଟ ଅଜଗର ସାପଟି ସୁରେନ୍ଦ୍ର ନାୟକଙ୍କ ବାଡିକୁ ପଶି ଯାଇଥିଲା। ଗ୍ରାମବାସୀ ଅଜଗରଟିକୁ ଦେଖି ଭୟଭୀତ ହୋଇପଡିଥିଲେ। ସେହି ଅଞ୍ଚଳର ଖଗେଶ୍ୱର ବେହେରା ନାମକ ଯୁବକ ଅତି ସତର୍କତାର ସହ ସାପ ଟିକୁ ଧରି ବନ ବିଭାଗକୁ ଖବର ଦେଇଥିଲେ।ବନ ବିଭାଗ ସାପଟି ଉଦ୍ଧାର କରି କୁଳଡିହା ଅଭୟାରଣ୍ୟରେ ଛାଡି ଦେଇଛନ୍ତି।