ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବୃଦ୍ଧକୁ ଧକ୍କା ଦେଲା ବାଇକ : ୨ ମୃତ, ଜଣେ ଗୁରୁତର

Published By : Suraj Kumar | January 4, 2025 10:36 PM

ପାଟଣାଗଡ଼,୪।୧ :  ବଲାଙ୍ଗିର ପାଟଣାଗଡ଼ ମୁଖ୍ୟ ରାସ୍ତା ସରମୁହାଣ ଉଲବା ମାଝୀରେ ମର୍ମନ୍ତୁଦ  ସଡ଼କ ଦୁର୍ଘଟଣା। ରାସ୍ତାରେ ଜଣେ ବୃଦ୍ଧ ଯାଉଥିବା ବେଳେ ଏକ ବାଇକ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ କୁତୁମୁଣ୍ଡା ଗାଁ ରାଜେଶ ସାହୁ ଓ ତେଣ୍ଡାପଦରଗାଁର ରକ୍ଷାକାରି ନାୟକ।

କୁତୁମୁଣ୍ଡା ଗାଁ ରାଜେଶ ସାହୁ ଓ ଅନ୍ୟ ଜଣେ ବାଇକରେ ଯାଉଥିଲେ। ପାଟଣାଗଡ଼ ମୁଖ୍ୟ ରାସ୍ତା ସରମୁହାଣ ଉଲବା ମାଝୀ ନିକଟରେ ତେଣ୍ଡାପଦରଗାଁର ରକ୍ଷାକାରି ନାୟକ ଚାଲି ଚାଲି ଯାଉଥିଲେ। ଏହି ସମୟରେ ବାଇକଟି ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ୩ ଜଣ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାଜେଶ ଓ ରକ୍ଷାକାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.