ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆାମେରିକା ମହାକାଶ ଗବେଷଣା ସଂସ୍ଥାର ମୁଖ୍ୟ ପଦରୁ ଅବସର ନେଲେ ବିଲ୍‌ ନେଲସନ୍‌

Published By : Tapas Panda | January 24, 2025 6:08 PM

ନୂଆଦିଲ୍ଲୀ: ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା)ର ମୁଖ୍ୟ ପଦରୁ ବିଲ ନେଲସନ୍‌ ଅବସର ନେଇଛନ୍ତି । ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ନାସା ମୁଖ୍ୟ ଅବସର ଗ୍ରହଣ କରିଛନ୍ତି । ୫ ଦଶନ୍ଧୀ ଧରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଥିବା ନେଲସନ୍‌ ନିଜର ଅବସର ନେଇ ଘୋଷଣା କରିଛନ୍ତି । ବିଲ୍‌ ନେଳସନ ସେବା ନିବୃତ ହେବା ପରେ ତାଙ୍କ ସ୍ଥାନ ନେଇଛନ୍ତି କେନେଡ୍ଡି ମହାକାଶ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଜାନେତ ପେଟ୍ରୋ । ସେ ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । 

 ସେପଟେ ନାସାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିବାରୁ ତାଙ୍କୁ ବହୁତ ଖୁସି ଅନୁଭବ ହୋଇଥିବା ବେଳେ ବହୁ ଅଭିଜ୍ଞତା ହାସଲ କରିଥିବା ନେଇ ନିଜ ବିଦାୟୀ ଭାଷଣରେ କହିଛନ୍ତି ବିଲ୍‌ ନେଲସନ୍‌ । ତାଙ୍କ କାର୍ଯ୍ୟକାଳରେ ନାସା ବହୁ ଗୁରୁତ୍ବପୂର୍ଣ୍ଣ ମିଶନ କରିଛି । ସେଥିମଧ୍ୟରୁ ମହାକାଶରେ ଜେମ୍ସ ଓ୍ବେବ୍‌ ସ୍ପେସ୍ ଟେଲିସ୍କୋପ୍‌ ମୁତୟନ, ଡାର୍ଟ ଆଷ୍ଟ୍ରଏଡ୍‌ ମିଶନ, ୟୁରୋପା କ୍ଲିପର ପ୍ରୋବ୍‌ ଏବଂ ଆର୍ଟେମିସ୍‌-୧ ମିଶନ  ନାସାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମହାକାଶ କାର୍ଯ୍ୟକ୍ରମ । 

 ପୂର୍ବତନ ମହାକାଶଚାରୀ ବିଲ୍‌ ନେଲସନ୍‌ ୧୯୮୬ରେ ଏସ୍‌ଟିଏସ୍‌-୬୧-ସି ମିଶନ୍‌ ମାଧ୍ୟମରେ ମହାକାଶକୁ ଯାଇଥିଲେ । ସେ ନାସାରୁ ବିଦାୟ ନେଇଥିବା ବେଳେ ତାଙ୍କ ପରେ ମହାକାଶ ଗବେଷଣା ସଂସ୍ଥାର ଦାୟିତ୍ବ ସମ୍ଭାଳିବାକୁ ଥିବା ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି । ମହାକାଶ ଗବେଷଣା ଦିଗରେ ମଣିଷର ହିତକୁ ନଜରରେ ରଖି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି । ତେବେ ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ବ କାଳରେ ପେଟ୍ରୋ ନାସାର ନେତୃତ୍ବ ନେଇଛନ୍ତି  ଏବଂ ସେ ଆମେରିକାର ମହାକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିଭାଇବେ ବୋଲି ଆଶା କରାଯାଉଛି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.