ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଧର୍ମପରିବର୍ତ୍ତନ କରିଥିବାରୁ ମୃତ ଶରୀରକୁ ମିଳିଲା ନାହିଁ ମଶାଣି,ସରକାରୀ ଜମିରେ ପୋତାଗଲା ଶବ

Published By : Prameya | February 13, 2025 9:18 PM

ମାଲକାନଗିରି, ୧୩/୨ :  ଧର୍ମପରିବର୍ତ୍ତନ କରିଥିବାରୁ  ମୃତ ଶରୀରକୁ ମିଳିଲା ନାହିଁ ମଶାଣି।  ପୁଲିସ ପ୍ରଶାସନ ଲୋକପ୍ରତିନିଧି ଙ୍କ ହସ୍ତକ୍ଷେପ ପରେ ଅନ୍ୟତ୍ର ସରକାରୀ ଜମିରେ  ପୋତାଗଲା ଶବ। ଏପରି ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ମାର୍କାପାଲି ପଞ୍ଚାୟତ ଇଜାରୀଗୁଡା ଗ୍ରାମରେ। 

ଇଜାରୀଗୁଡା ଗ୍ରାମର ପଦିଆ ମାଡକାମୀ ଓ ତାଙ୍କ ପରିବାର ଗତ ୩ବର୍ଷ ତଳେ ନିଜ ଧର୍ମ ଛାଡି ଅନ୍ୟ ଧର୍ମପରିବର୍ତ୍ତନ କରିଥିବାରୁ ତାଙ୍କୁ ଗାଁର କିଛି ଲୋକେ ବିରୋଧ କରି ଆସୁଥିଲେ। ବୁଧବାର ରାତିରେ ପଦିଆଙ୍କ ସ୍ତ୍ରୀ ବୁଦ୍ରୀ ମାଡକାମୀ(୫୦) ଙ୍କର ମୃତ୍ୟୁ ଘଟିଥିଲା। ପରିବାର ପକ୍ଷରୁ ଗାଁ ମୁଣ୍ଡରେ ଥିବା ମଶାଣି କୁ ଶବ ସଂସ୍କାର ପାଇଁ ନେବାରୁ ସେ ଅନ୍ୟଧର୍ମଗ୍ରହଣ କରିଥିବାରୁ ଗାଁ ମଶାଣିରେ ଶବ ସଂସ୍କାର କରିବା କୁ ତାଙ୍କୁ ଗାଁର କିଛି ଲୋକ ବାରଣ କରିବା ସହିତ ଜରିମାନା ଦେଵା ପାଇଁ କହିଥିଲେ। ଗୁରୁବାର  ସକାଳେ ଏ ସମ୍ପର୍କରେ ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ ଜାଣିବା ପରେ ଘଟଣାଟିକୁ ଗୁରୁତର ଭାବେ ଗ୍ରହଣ କରି  ଫୋନ ମାଧ୍ୟମ ରେ ସମସ୍ତଙ୍କ ସହିତ ଯୋଗାଯୋଗ କରି ପରିସ୍ଥିତିକୁ ମୁକାବିଲା କରି ସମସ୍ୟା କୁ ସମାଧାନ କରିଛନ୍ତି।

ଘଟଣାସ୍ଥଳକୁ ପୁଲିସ ଫୋର୍ସ ପଠାଇଲେ କାଳେ ଗାଁ ରେ ପରିସ୍ଥିତି ଅଲଗା ମୋଡ଼ ନେଇଯିବା ଆଶଙ୍କାରେ  ସେ ଗାଁ କୁ କୌଣସି ପୁଲିସ ନ ପଠାଇ ଚତୁରତାର ସହିତ ଶବ ସଂସ୍କାର କରିବାର ବ୍ୟବସ୍ଥା କରିଦେଇଥିଲେ ।  ସେ ଗାଁ ମୁଖିଆ, ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଓ ଅନ୍ୟାନ ଆଦିବାସୀ ନେତା,ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରି ଆଡି ବସିଥିବା ଗାଁ ଲୋକଙ୍କୁ ବୁଝାଇ ଥିଲେ । ଶେଷ ରେ ବିରୋଧ କରୁଥିବା ଗାଁ ଲୋକେ ବୁଝି ଜରିମାନା ଛାଡି ଦେଵା ସହିତ ବୁଦ୍ରୀ ମାଡକାମୀ ର ଶବ ସଂସ୍କାର କରିବା ପାଇଁ ଅନ୍ୟ ଏକ ସରକାରୀ ଜମି ଦେଖାଇ ଦେଇଥିଲେ। ମୃତ ପରିବାର ଅପରାହ୍ନ ରେ ସେହି ସରକାରୀ ଜମି ରେ ବୁଦ୍ରୀ ର ଶବ ସଂସ୍କାର କରିଥିବାର ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.