ଭବାନୀପାଟଣା,୧୯/୧୧: କଳାହାଣ୍ଡି  ଜିଲ୍ଲା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର  ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ଅଶୋକ ଦାସ ସୋମବାର ଭିଜିଲାନ୍ସରେ ଧରାପଡ଼ିଛନ୍ତି । ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର ପାଇଁ ୬  ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି । ଡାକ୍ତରଖାନାରେ  ଥିବା ତାଙ୍କ ଚାମ୍ବର, ସରକାରୀ କ୍ୱାର୍ଟର୍ସ ସମେତ  ନୟାଗଡ଼ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ପ୍ରାୟ ୪ କୋଟିର  ବ୍ୟାଙ୍କ ଜମା ଓ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।