ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

Published By : Harapriya Sethi | June 25, 2025 8:48 AM

ନୀଳଗିରି, ୨୫/୦୬: ନିର୍ବନ୍ଧ ସରିଥିଲା। ଦିନକ ପରେ ହୋଇଥାନ୍ତା ବାହାଘର। ସବୁ ପ୍ରସ୍ତୁତି ସରିଥିଲା। ହେଲେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ନୀଳଗିରି ଥାନା ଅଧିନ ଗାଙ୍ଗପୁରା ଗ୍ରାମର ହରେକୃଷ୍ଣ ମହାଳିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଜୀବନ ମରଣ ସହିତ ସଂଗ୍ରାମ କରୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ମୁତାବକ, ନୀଳଗିରି ଥାନା ଅଧିନ ଗାଙ୍ଗପୁରା ଗ୍ରାମର ହରେକୃଷ୍ଣ ମହାଳିକଙ୍କର ଆସନ୍ତା ଶୁକ୍ରବାର ବାହାଘର ହୋଇଥାନ୍ତା । ତେଣୁ ଆଜି ଭୋରୁ ତାଙ୍କ ପୁତୁରା ଜ୍ୟୋତିଶଙ୍କରଙ୍କ ସହିତ ଏକ କାର୍‌ରେ ସେରଗଡ଼କୁ ଯାଉଥିଲେ। ଉଦଳା ରାସ୍ତା ବାଲିଗୋହିରି ଠାରେ ସାମ୍ନାରୁ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି କାର୍‌କୁ ଧକ୍କା ଦେଇ କିଛିବାଟ ଟାଣି ନେଇଥିଲା। ଫଳରେ ଘଟଣାସ୍ଥଳରେ ହରେକୃଷ୍ଣଙ୍କର ମୃତ୍ୟ ହୋଇଥିବା ବେଳେ ହରିଶଙ୍କର ଜୀବନ ସହ ସଂଘର୍ଷ କରୁଛନ୍ତି । ସେପଟେ ଦୁର୍ଘଟଣା ଘଟିବା ସ୍ଥାନରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କର ପରିବାର ଓ ଗ୍ରାମବାସୀ ମାନେ ସେରଗଡ଼-ଝରଣାଘାଟି ରାସ୍ତା ଅବରୋଧ କରିଥିଲେ । ନୀଳଗିରି ତହସିଲଦାର, ଏସଡିପିଓ, ଥାନା ଅଧିକାରୀ ଆଇନ ଶୃଂଖଳା ପାଇଁ ଘଟଣା ସ୍ଥଳରେ ପୁଲିସ ଫୋର୍ସ ନେଇ ପହଞ୍ଚିଥିଲେ। ପରେ କ୍ଷତିପୂରଣ ଓ କଠୋର କାର୍ଯ୍ୟାନୁଷ୍ଠାନ କରିବା ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.