ପ୍ରମୂଖ ଖବର
  • ବାଙ୍କୀ : ଢାବାରେ ଖାଇବାକୁ ନେଇ ମାରପିଟ୍, ହୋଟେଲ ମାଲିକଙ୍କ ଆକ୍ରମଣରେ ଗ୍ରାହକ ମୃତ
  • ||
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ନାଲକୋର ନୂତନ ନିର୍ଦ୍ଦେଶକ (ଅର୍ଥ) ଭାବେ ଅଭୟ କୁମାର ବେହୁରିଆଙ୍କ ଦାୟିତ୍ବ ଗ୍ରହଣ

Published By : Suraj Kumar | June 11, 2025 8:02 PM

ଭୁବନେଶ୍ଵର, ୧୧।୬ : କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ର ନୂତନ ନିର୍ଦ୍ଦେଶକ(ଅର୍ଥ) ଭାବେ ଅଭୟ କୁମାର ବେହୁରିଆ ଦାୟିତ୍ବ ଗ୍ରହଣ କରିଛନ୍ତି ।

ନାଲକୋରେ ଯୋଗଦେବା ପୂର୍ବରୁ ଶ୍ରୀ ବେହୁରିଆ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ(ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ)ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଏବଂ ଆକାଉଣ୍ଟସ୍) ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ଦକ୍ଷତା ଏବଂ ନେତୃତ୍ତ୍ଵ ବଳରେ କମ୍ପାନୀ ଏକ ଚ୍ୟାଲେଞ୍ଜିଙ୍ଗ ବଜାର ପରିସ୍ଥିତି ମଧ୍ୟରେ ରେକର୍ଡ ଆର୍ଥିକ ଫଳାଫଳ ହାସଲ କରିଥିଲା।  

ଆର୍ଥିକ ପରିଚାଳନା, ରଣନୈତିକ ଯୋଜନା ଏବଂ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ଶ୍ରୀ ବେହୁରିଆଙ୍କର ୩ ଦଶନ୍ଧିରୁ ଊର୍ଦ୍ଦ୍ଵ ଅଭିଜ୍ଞତା ରହିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟ ସ୍ନାତକରେ   ଡିଗ୍ରୀ ହାସଲ କରିଛନ୍ତି ଏବଂ ଭାରତୀୟ କଷ୍ଟ ଆକାଉଣ୍ଟାଣ୍ଟସ୍ ପ୍ରତିଷ୍ଠାନ(ଆଇ.ସି.ଏ.ଆଇ)ର ଜଣେ ଫେଲୋ ସଦସ୍ୟ ସହ ସଂସ୍ଥାର ର ଆଡଭାନ୍ସଡ୍ ଷ୍ଟଡିଜ୍ ଆଣ୍ଡ୍ ରିସର୍ଚ୍ଚ ବୋର୍ଡରୁ ବ୍ୟବସାୟ ମୂଲ୍ୟାଙ୍କନରେ ମଧ୍ୟ ଏକଜିକ୍ୟୁଟିଭ୍ ଡିପ୍ଲୋମା ହାସଲ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଶ୍ରୀ ବେହୁରିଆ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ରେ ଅନେକ ଡିଜିଟାଲ୍ ପରିବର୍ତ୍ତନ ପଦକ୍ଷେପର ନେତୃତ୍ୱ ନେଇଥିଲେ। ଯେପରିକି ଖଣିରେ ଏସ.ଏ.ପି କାର୍ଯ୍ୟକାରୀ କରିବା, ସ୍ୱୟଂଚାଳିତ ଇନଭଏସ୍ ସିଷ୍ଟମ୍ ଏବଂ ବିକ୍ରେତା ସୂଚନା ପରିଚାଳନା ଇତ୍ୟାଦି ।କାର୍ଯ୍ୟବ୍ୟବସ୍ଥାକୁ ଉନ୍ନତ ଓ ସୁବ୍ୟବସ୍ଥିତ କରିବା ପାଇଁ ଦୁଇଟି ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟକୁ ମିଶ୍ରଣ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ସକ୍ରିୟ ଆଭିମୁଖ୍ୟ କମ୍ପାନୀର ଦୀର୍ଘକାଳୀନ ଆଇନଗତ ଏବଂ ଆର୍ଥିକ ସମସ୍ୟାର ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରିଥିଲା। 

ନିର୍ଦ୍ଦେଶକ (ଅର୍ଥ) ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ବେହୁରିଆଙ୍କୁ ଅଭିନନ୍ଦନ ଜଣାଇ ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଥିଲେ ଯେ, ‘ଆର୍ଥିକ ପରିଚାଳନା, ରଣନୈତିକ ଯୋଜନା ଏବଂ ଡିଜିଟାଲ ରୂପାନ୍ତରଣରେ ଶ୍ରୀ ବେହୁରିଆଙ୍କର ବ୍ୟାପକ ଅଭିଜ୍ଞତା ନାଲକୋର ବିଭିନ୍ନ ପ୍ରକଳ୍ପ ଏବଂ ପରିଚାଳନା ପଦକ୍ଷେପଗୁଡ଼ିକ ନିମନ୍ତେ ସହାୟତା ପ୍ରଦାନ କରିବା ସହ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଏବଂ ନବସୃଜନ ଆଣିବ । ନିର୍ଦ୍ଦେଶକ (ଅର୍ଥ) ଭାବରେ ତାଙ୍କର ଯୋଗଦାନ ନାଲକୋ ବୋର୍ଡ଼କୁ ଆହୁରି ଦୃଢୀଭୂତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.