ପାଟନା,୧୭/୦୮: ଆଜିଠୁ ୧୬ ଦିନିଆ ଭୋଟର ଅଧିକାର ଯାତ୍ରା ଆରମ୍ଭ ହୋଇଛି । ବିହାରର ସାସାରାମରୁ ଏହି ଯାତ୍ରା ଆରମ୍ଭ ହୋଇ ୧୩ ଶହ କିମି ଅତିକ୍ରମ କରିବା ପରେ ସେପ୍ଟେମ୍ବର ୧ ରେ ପାଟନାରେ ଶେଷ ହେବ । ଏହି ଯାତ୍ରାରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଆରଜେଡ଼ି ନେତା ତେଜସ୍ୱୀ ଯାଦବ ଓ ଇଣ୍ଡି ମେଣ୍ଟର ବହୁ ନେତା ସାମିଲ ହୋଇଛନ୍ତି । ସାସାରାମର ସଭାକୁ ସମ୍ବୋଧନ କରି ନିର୍ବାଚନ କମିଶନ ଶାସକ ଦଳ ଉପରେ ବର୍ଷିଛନ୍ତି ।

'ଭୋଟର ଅଧିକାର ଯାତ୍ରା' କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, "ମୁଁ ଆପଣଙ୍କୁ ଏହି ମଞ୍ଚରୁ କହୁଛି ସମଗ୍ର ଦେଶରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଚୋରି ହେଉଛି । ସେମାନଙ୍କର ସଦ୍ୟତମ ଷଡ଼ଯନ୍ତ୍ର ହେଉଛି ବିହାରରେ SIR ପରିଚାଳନା କରିବା ଏବଂ ବିହାର ନିର୍ବାଚନ ମଧ୍ୟ ଚୋରି କରିବା । ଆମେ ସେମାନଙ୍କୁ ଏହି ନିର୍ବାଚନ ଚୋରି କରିବାକୁ ଦେବୁ ନାହିଁ । ନିର୍ବାଚନ କମିଶନ କଣ କରୁଛନ୍ତି ତାହା ଦୁନିଆକୁ ଜଣା । ପୂର୍ବରୁ ଭୋଟ କିପରି ଚୋରି ହେଉଥିଲା ଲୋକ ଜାଣିପାରୁନଥିଲେ । ଏବେ ଏହା ସ୍ପଷ୍ଟ ଯେ କିପରି ଭୋଟ ଚୋରି ହେଉଛି । ଯେଉଁଠି ବି ଏ ଚୋରି ହେଉଛି ଚୋରି ଧରି ଜନତାଙ୍କ ସାମ୍ନାକୁ ଆଣିବୁ । "

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ମୁଁ ଜାଣିଛି ପ୍ରଧାନମନ୍ତ୍ରୀ ମୋଦି ପ୍ରକୃତ ଜାତି ଜନଗଣନା କରିବେ ନାହିଁ । କିନ୍ତୁ ଇଣ୍ଡିଆ ବ୍ଲକ ଦେଶରେ ପ୍ରକୃତ ଜାତି ଜନଗଣନା ସୁନିଶ୍ଚିତ କରିବ । ଆମେ ଭୋଟ ଚୋରି ବନ୍ଦ କରିବୁ ଏବଂ SIR ର ସତ୍ୟକୁ ସାମ୍ନାକୁ ଆଣିବୁ । ପ୍ରଧାନମନ୍ତ୍ରୀ ମୋଦି ଓ ଏନ୍‌ଡିଏ ବ୍ଲକ ଆରବପତିଙ୍କ ସହ ମିଶି ସରକାର ଚଳାଉଛି । ତୁମ ଭୋଟ ଦିଅ ତାକୁ ଚୋରି କରି ତୁମ  ଧନକୁ ୫-୬ ଜଣ ଅରବପତିଙ୍କୁ ଦିଆଯାଉଛି । ମହାରାଷ୍ଟ୍ରରେ ନିର୍ବାଚନ କମିଶନ ୧କୋଟି ନୂଆ ଭୋଟର ଜନ୍ମ ଦେଇଛନ୍ତି । "


ସେହିପରି 'ଭୋଟର ଅଧିକାର ଯାତ୍ରା' ସଭାକୁ ସମ୍ବୋଧନ କରି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି,'' ମୋଦିଙ୍କ ଇସାରରେ ନର୍ବାଚନ କମିଶନ ବେଇମାନ କରୁଛନ୍ତି । ଭାଜପା ଲୋକ ଯେଉଁ କାମ ନିଜେ କରୁନାହାନ୍ତି ନିର୍ବାଚନ କମିଶନଙ୍କ ଦ୍ୱାରା କରାଉଛନ୍ତି । ଜୀବିତ ଲୋକଙ୍କ ନାମ କାଟି ଦିଆଯାଇଛି ସେମାନଙ୍କୁ ମୃତ ବୋଲି ଦର୍ଶାଯାଇଛି । ତୁମମାନଙ୍କ ଭୋଟ ଚୋରି ହେଉନାହିଁ ଡକାୟତି ହେଉଛି । ଇସି ଯେଉଁମାନଙ୍କୁ ମୃତ ଘୋଷଣା କରିଥିଲେ ରାହୁଲ ଗାନ୍ଧୀ ସେମାନଙ୍କୁ ଘରକୁ ଡାକି ଚା ପିଇଥିଲେ । ବିହାର ଲୋକତନ୍ତ୍ରର ଜନନୀ । ଭାଜପା ଲୋକ ପିଏମ୍‌ ମୋଦି ଏବଂ  ଗୃହମନ୍ତ୍ରୀ ଅମିତ୍‌ ଶାହ, ନିର୍ବାଚନ କମିଶନ ଲୋକ କାନ ଖୋଲି ଶୁଣିନିଅ ଲୋକତନ୍ତ୍ର ଜନନୀଠୁ ଲୋକତନ୍ତ୍ରକୁ ରାହୁଲ ଜୀ ଓ ତେଜସ୍ୱୀ ମେଣ୍ଟର ଲୋକ ଖତମ ହେବାକୁ ଦେବେ ନାହିଁ । ତୁମ ଅଧିକାର ନୁହେଁ ତୁମ ଅସ୍ତିତ୍ୱକୁ ଛଡାଇ ନିଆଯାଉଛି ।''

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ''ଚୋରଙ୍କୁ ହଟାଅ, ବିଜେପି ଭଗାଓ ଆଉ ଆମକୁ ଜିତାଅ । ଚୋର ବିଜେପିକୁ କ୍ଷମତାକୁ ଆସିବାକୁ ଦିଅ ନାହିଁ । ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବ, ମଲ୍ଲିକାର୍ଜୁନ ଖାର୍ଗେ, ଏବଂ ତୁମେ ସମସ୍ତେ ଏକତ୍ର ହୁଅ, ସେମାନଙ୍କୁ ଉପାଡ଼ି ଫିଙ୍ଗି ଦିଅ। ଗଣତନ୍ତ୍ରକୁ ବଞ୍ଚାଅ ।''