ଝାରସୁଗୁଡା, ୧୦/୧୧: ବୁରୋମାଲରେ ଥିବା କାଲା ବନ୍ଧ ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତକ ଆସିଫ ଖାନ ବୋଲି ଜଣାପଡ଼ିଛି । ଏନେଇ ତାଙ୍କ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ଝାରସୁଗୁଡା ସହରର ବୁରୋମାଲରେ ଥିବା କାଲା ବନ୍ଧ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କାଲା ବନ୍ଧ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ି ରହିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘଟଣାସ୍ଥଳରେ ଟାଉନ ପୋଲିସ ଓ ସାଇଣ୍ଟିଫିକ ଟିମ ଉପସ୍ଥିତ ରହି ତଦନ୍ତ ଚଳାଇଛି । ତେବେ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଥିବା ବେଳେ ଏହା ଏକ ଦୁର୍ଘଟଣା ହୋଇ ଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।